କଟକ ସଦର,୨୪/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ଚାଉଳିଆଗଞ୍ଜ ପୋଲିସ ହାତରେ ଏକ ଜମି ଜାଲିଆତି ଦଲାଲମାନେ ଗିରଫ ହେବା ଏଵଂ ଏଥିରେ ସଂପୃକ୍ତ କଟକ ଜିଲ୍ଲା ଉପନିଵନ୍ଧକ କାର୍ଯ୍ୟାୟର ବରିଷ୍ଠ କିରାଣି ଗିରଫ ହେବା ଘଟଣା ଜଣାପଡ଼ିବା ପରେ ଏଵେ ପ୍ରକୃତ ଜମି ମାଲିକମାନେ ଆତଙ୍କିତ ହୋଇପଡିଛନ୍ତି। ଜାଲ କାଗଜପତ୍ର କରି ଆମ ଜମିବାଡ଼ି ଦଲାଲ ମାନେ ବିକ୍ରି କରିଦେଇ ନାହାଁନ୍ତି ତ ? ବୋଲି କହୁଥିବା ଜଣାପଡିଛି। ପ୍ରକାଶ ଯେ ଜାଲ କାଗଜପତ୍ର,ଜାଲ ଭୋଟର ପରିଚୟପତ୍ର ,ଜାଲ ଆଧାର କାର୍ଡ ତିଆରି କରି ଜମି ବିକ୍ରି ହୋଇଥିବା ଅଭିଯୋଗ ଉପରେ ତଦନ୍ତ କରି ପୋଲିସ ମୁନା ଓରଫ ସେକ୍ ଆଵିଦ୍ (୪୫), ଲିଟୁନ୍ ଓରଫ ଇଝାର ମହମ୍ମଦ ଖାନ୍ (୩୬),ଲିପୁ ଓରଫ ସ୍ମୃତିରଞ୍ଜନ ସମଦର୍ଶୀ(୪୩),ପ୍ରଶନ୍ନ ଓରଫ ପର୍ଶୁରାମ ଭୋଇ (୫୯), କମ୍ପ୍ୟୁଟର ମାଷ୍ଟର ଝାଟୁଆ ଓରଫ ସୁଶାନ୍ତ କୁମାର ରାଉତରାୟ (୪୬) ଙ୍କୁ ଗିରଫ କରି ଜେଲ୍ ପଠାଇଥିବା ବେଳେ ଏଥିରେ ଅନେକ ଓ ସରକାରୀ ବାବୁମାନେ ଜଡ଼ିତ ଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଉପନିଵନ୍ଧକ (ସଵ୍ ରେଜିଷ୍ଟ୍ରାର) କାର୍ଯ୍ୟାଳୟର ଜନୈକ କିରାଣି ନଳିନୀକାନ୍ତ ମହାନ୍ତିଙ୍କୁ ଗିରଫ କରି ଜେଲ୍ ପଠାଯାଇଛି। ସେମାନଙ୍କ ଠାରୁ ପୋଲିସ ନଗଦ ୯୯ ହଜାର ଟଙ୍କା, ନକଲି ଭୋଟ ପରିଚୟ ପତ୍ର, ନକଲି ଆଧାର କାର୍ଡ, ସରକାରୀ ଅଧିକାରୀମାନଙ୍କ ନକଲି ସିଲ୍, କମ୍ପୁଟର,ପ୍ରିଣ୍ଟର, ନୋଟାରୀ ସିଲ୍, ଷ୍ଟାମ୍ପ ପେପର ଆଦି ଜବତ ହୋଇଛି। ସୂଚନାଯୋଗ୍ୟ ଯେ କନ୍ଦରପୁର ଥାନା ଅଞ୍ଚଳରେ ଥିବା ବଡ଼ ବାବୁ ନଳିନୀକାନ୍ତ, କମ୍ପୁଟର ମାଷ୍ଟର ସୁଶାନ୍ତ ଓ ଦଲାଲ ପ୍ରଶନ୍ନ ଜାଲ କାଗଜପତ୍ର ତିଆରି କରି ଜମି ବିକ୍ରିବଟା କରିବା ପାଇଁ ଵ୍ଲୁପ୍ରିଣ୍ଟ ତିଆରି କରନ୍ତି ଵୋଲି ପୋଲିସ ଜାଣିବାକୁ ପାଇଛି। ହେଲେ ଦଲାଲମାନେ ଦୀର୍ଘ ଦିନ ହେଲା ଏଭଳି ଜାଲିଆତି କାରବାର ଚଳାଇ ଆସୁଥିବା ବେଳେ ଏମାନଙ୍କର ଚେର ଅଧିକ ଗଭୀର କୁ ଯାଇଥିବା ରୁ ଅଧିକ ତଦନ୍ତର ଆବଶ୍ୟକତା ଅଛି ଵୋଲି ସାଧାରଣରେ ମତପ୍ରକାଶ ପାଉଛି।
ଜମି ଜାଲିଆତି ଘଟଣାରେ ଦଲାଲ ଗିରଫ ପରେ ପ୍ରକୃତ ଜମି ମାଲିକମାନେ ଆତଙ୍କିତ,’ଆମ ଜମି ବିକ୍ରି ହୋଇଯାଇନିତ ? ‘
