ମହିଳା ମହବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ କର୍ମଶାଳା

ଭୁବନ, ୨୩/୮/୨୦୨୪ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନାକ୍ ସମ୍ବନ୍ଧୀୟ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାକୁ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ,ବ୍ରହ୍ମପୁର ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ,ନାକ୍ ଦ୍ଵାରା ହେଉଥିବା ଏହି ପର୍ଯ୍ୟବେକ୍ଷଣ ଦ୍ଵାରା ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବା ସହିତ  ଶିକ୍ଷକ ଓ ଅଣ ଶିକ୍ଷକ ମାନଙ୍କର ଦକ୍ଷତା ବୃଦ୍ଧି ହୋଇପାରିବ ଏବଂ ପର୍ଯ୍ୟାପ୍ତ ସରକାରୀ ଅନୁଦାନ ଆସି ପାରିବ ଓ ମହାବିଦ୍ୟାଳୟ ର ଉନ୍ନତି ହୋଇପାରିବ । ଇନ୍ଦିରା ମହାବିଦ୍ୟାଳୟ, ଚାନ୍ଦିପୁଟ,ଗଜପତି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ନାକ୍ ର ନୂତନ ନିୟମ ଦ୍ଵାରା ଅତି ସହଜରେ କଲେଜ ଗୁଡ଼ିକର ପର୍ଯ୍ୟବେକ୍ଷଣ ହୋଇପାରିବା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଆନ୍ତର୍ଜାତିକ ନାକ୍ ସଂଯୋଜକ କମିଟି ସଦସ୍ୟ ଦିଲ୍ଲୀପ ମଙ୍ଗରାଜ ନାକ୍ ଦ୍ଵାରା କିଭଳି ପର୍ଯ୍ୟବେକ୍ଷଣ ପାଇଁ ଚିଠା ପ୍ରସ୍ତୁତ ହେବ ଓ ଦାଖଲ ହେବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଢେ଼ଙ୍କାନାଳ ଓ ଯାଜପୁର ଜିଲ୍ଲାର ୨୦ ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ୟୁଜିସି କୋଅର୍ଡିନେଟର ଏବଂ ମହିଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ କୋର୍ଡିନେଟର ଡ଼ଃ ମମତା ପାତ୍ର ସଂଯୋଜନା ଓ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *