କଟକ ବୋର୍ଡ ହାଇସ୍କୁଲରେ ରାଜ୍ୟସ୍ତରୀୟ ଗୁରୁ ଦିବସ ପାଳନ

                                 ଯୋଗ ଦେଲେ ପୂର୍ବତନ ଗୁରୁଜୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ ସଦର,୦୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶିକ୍ଷା ହେଉଛି ବ୍ୟକ୍ତି,ସମାଜ ଓ ରାଷ୍ଟ୍ର ପ୍ରଗତିର ମୂଳ ଆଧାର। ଜ୍ଞାନର ଆଲୋକରେ ଏକ ସୁସ୍ଥ, ସମୃଦ୍ଧ ଓ ସଶକ୍ତ ସମାଜ ଗଠନରେ ଶିକ୍ଷକମାନଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ଭାରତର ପୂର୍ବତନ ରାଷ୍ଟ୍ରପତି,ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରିବା ଆମ ଶିକ୍ଷକ ସମାଜ ପ୍ରତି ଭାରତୀୟ ପରମ୍ପରାର ଗଭୀର ସମ୍ମାନର ପ୍ରତିକ ବୋଲି ପୂର୍ବତନ ଗୁରୁଜୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶନିବାର ଦିନ କଟକ ବୋର୍ଡ ହାଇସ୍କୁଲରେ ରାଜ୍ୟସ୍ତରୀୟ ଗୁରୁ ଦିବସ ପାଳନ ଅବସରରେ ଯୋଗ ଦେଇ କହିଛନ୍ତି।

ଏଥିସହିତ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟର ସମ୍ପର୍କରେ ଆଲୋକପାତ କରି ସେମାନଙ୍କୁ ପାଠ ପଢ଼ାଇବା ସହିତ  ଭାବର ଆଦାନ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ,ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଙ୍କ ସମେତ ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *