ସୁଭଦ୍ରା କ୍ଷେତ୍ର – କୁଜଙ୍ଗ

ବଙ୍ଗଳାରେ ସୁଲତାନ ଶାସନ ସମୟରେ ଦ୍ଵିଲ୍ଲୀରେ ମୋଗଲ ଶାସନ କରୁଥିବା ସମୟରେ ପୁରୀ ରାଜାଙ୍କ ମଧ୍ୟରେ ଚୁକ୍ତି ହେବାରୁ ସୁଲତାନ ରାଗି କଳାପାହାଡକୁ ଓଡିଶାକୁ ପଠାଇ ଜଗନ୍ନାଥ ମନ୍ଦିରକୁ ନଷ୍ଟ କରିବାକୁ ପଠାଇଥିଲେ। ରାଜା ଖବର ପାଇଲେ ସୁଲତାନଙ୍କରା ସେନାପତି କଳାପାହାଡ ଜଗନ୍ନାଥ ମନ୍ଦିରକୁ ଧ୍ବଂସ କରିବା ଉଦ୍ଦେଶ୍ୟରେ ବଙ୍ଗଳା ସୁଲତାନ ପରୀକୁ କଳାପାହାଡକୁ ପଠାଇଛନ୍ତି । କଳାପାହାଡ ପୁରୀରେ ପହଁଚିବା ବେଳକୁ ପୁରୀ ରାଜା ତିନି ଠାକୁରଙ୍କୁ ଏବଂ ଧନରତ୍ନ ଜଗନ୍ନାଥ ମନ୍ଦିରରୁ ନେଇ ଚିଲିକା ମଝିକୁ ପଠାଇ ଦେଇଥିଲେ । କଳାପାହାଡ ଠାକୁରଙ୍କୁ ନ ପାଇ ପୁରୀର ବ୍ରାହ୍ମଣମାନଙ୍କ ଉପରେ ଅତ୍ୟାଚାର କଲେ । କଳାପାହାଡ ଭୟରେ ଠାକୁର ଚିଲିକା ମଝିରେ ଲୁପ୍ତ ହୋଇଛନ୍ତି ବୋଲି ବ୍ରାହ୍ମଣମାନେ ଭୟରେ କହିଦେଲେ । କଳାପାହାଡ ଜାଣିଲାପରେ ଡଙ୍ଗାରେ ସୈନ୍ୟମାନଙ୍କ ସହିତ ଯାଇ ଚିଲିକା ମଝିରୁ ତିନି ଠାକୁର ଏବଂ ଧନ ରତ୍ନ କୁ କୂଳକୁ ଆଣି ହାତୀ ପିଠିରେ ବାନ୍ଧି ବଙ୍ଗଳାର ଗଙ୍ଗା କୂଳରେ ପହଁଚି ତିନି ମୂର୍ତୀରେ ଅଗ୍ନି ସଂଯୋଗ କରିଦେଇ କଳାପାହାଡ ଓ ତାର ସୈନ୍ୟମାନେ ସେ ସ୍ଥାନ ଛାଡିପଳେଇଲେ ।ଏହି ସମୟରେ ଦେଖଣାହାରୀ ଭାବେ ସେଠାରେ ସ୍ବର୍ଗତ ବିଶର ମହାନ୍ତି ଉପସ୍ଥିତ ଥିଲେ କଳାପାହାଡ ସେଠାରୁ ଚାଲିଯିବାରୁ ଠାକୁରଙ୍କର ଶୂନ୍ୟ ବାଣୀ ଅନୁସାରେ ଅଧା ପୋଡା ଠାକୁରଙ୍କ ମଧ୍ୟରୁ ତିନି ବ୍ରହ୍ମଙ୍କୁ ଆଣି ସାଙ୍ଗରେ ନେଇଯାଇଥିବା ଢୋଲ ମଧ୍ୟରେ ପୁରାଇ କଲିକତାରୁ ପାଲଟଣା ଜାହାଜରେ ପାରଦ୍ଵିପ ନିକଟରେ ପହଁଚି,ନିଜ ଗ୍ରାମ କୁଜଙ୍ଗକୁ ଠାକୁରଙ୍କୁ ନେଇଯାଇଥିଲେ । ସେଠାରେ ବିଶର ମହାନ୍ତି ମୋଗଲ ଶାସନ ଓ ସୁଲତାନଙ୍କ ଶାସନ ଭୟରେ ବାହାର ଜଙ୍ଗଲ ମଧ୍ୟରେ ନଜର ପଡିବ ବୋଲି ଘନ ଜଙ୍ଗଲ ମଧ୍ୟରେ ରଖି ତିନି ବ୍ରହ୍ମଙ୍କୁ ପୂଜା ଅର୍ଚ୍ଚନା କଲେ । ଏ କଥା କୁଜଙ୍ଗ ରାଜା ଜାଣିବା ପରେ ପୁରୀ ଗଜପତି ଖୋର୍ଦ୍ଧାରେ ଥାଆନ୍ତି ତାଙ୍କ ନିକଟକୁ ଖବର ପଠାଇଲେ ।ସେ ଖବର ପାଇ ତାଙ୍କର ବଡ ପୁଅ ପଦ୍ମନାଭ ପଟ୍ଟନାୟକ ଏବଂ ସାଙ୍ଗରେ ପଠାଇଥିଲେ ରାଜଗୁରୁ ବନ୍ଧନ ମହାପାତ୍ରଙ୍କୁ ବ୍ରହ୍ମ ନେବାକୁ କୁଜଙ୍ଗକୁ ପଠାଇଥିଲେ । ସେମାନେ ଖୋଦ୍ଧାରୁ ଆସି ଦୁଇଟି ବ୍ରହ୍ମ ନେଇଯାଇଥିଲେ ଯଥା – ବଳଭଦ୍ରଙ୍କ ବ୍ରହ୍ମ ଏବଂ ଜଗନ୍ନାଥଙ୍କ ବ୍ରହ୍ମ ନିଜ ସାନ ଭଉଣୀ ସୁଭଦ୍ରାଙ୍କ ବ୍ରହ୍ମ କୁଜଙ୍ଗ ରାଜାଙ୍କୁ ଦାୟିତ୍ଵ ଦେଇ ସେମାନେ ଖୋର୍ଦ୍ଧା ଫେରିଗଲେ। ଯେଉଁ ଜାଗାରେ ସୁଭଦ୍ରାଙ୍କ ବ୍ରହ୍ମ ପୂଜା ପାଉଛନ୍ତି ସେହି ସ୍ଥାନକୁ କହିଲେ ସୁଭଦ୍ରା କ୍ଷେତ୍ର । ସେହି ଯାଗାକୁ ଦୀର୍ଘଦିନ ପରେ ଡଃ. ପ୍ରଭାତ ରଂଜନ ବିଶ୍ଵାଳ ପୂର୍ବତନ ବିଧାୟକ, ଚୌଦ୍ୱାର କଟକ  ଙ୍କ ସହଯୋଗରେ ଆୟୋଜକ ଶ୍ରୀ ନେପାଳ ପ୍ରକାଶ ସାମନ୍ତ, ଆଡଭୋକେଟ୍,ସଭାପତି, ନିଷ୍ଫଳ ଓଡିଶା ତୁଳସୀ ବଳରାମ ସଂସ୍କୃତିକ ପରିଷଦ, କଟକ, ଆଡଭେକେଟ୍ ମନୋଜ କୁମାର ମହାନ୍ତି, ଅଡଭୋକେଟ୍ ଶ୍ରୀ ସୁଜିତ୍ ବିଶ୍ଵାଳ ଓ ସମାଜ ସେବୀ ଶ୍ରୀଯୁକ୍ତ ଦେବାଶିଷ ରଥ ଏବଂ କୁଜଙ୍ଗ ସୁଭଦ୍ରା ମନ୍ଦିର ଶ୍ରୀଯୁକ୍ତ ରାଜେନ୍ଦ୍ର ବେହେରା (ଟ୍ରଷ୍ଟି), କେନ୍ଦ୍ରାପଡା ବଳଦେବଜୀଉ ବରିଷ୍ଠ ପୂଜକ ଶ୍ରୀଯୁକ୍ତ ଗୌରାଙ୍ଗ ସୁଆର, ଶ୍ରୀଯୁକ୍ତ ଦିବାକର ପତ୍ରି, ଶ୍ରୀଯୁକ୍ତ ତ୍ରିଲୋଚନ ପତ୍ରୀ ପ୍ରଥମ କରି କୁଜଙ୍ଗ ସୁଭଦ୍ରା କ୍ଷେତ୍ରରୁ ଆସିଥିବା ରାକ୍ଷୀ ବାହାର ରଥ ଦାଣ୍ଡରେ ଥିବା ପତିତପାବନ ଏବଂ ବେଢା ମଧ୍ୟରେ ଥିବା କାଶୀ ବିଶ୍ଵନାଥ ମନ୍ଦିରରେ ପ୍ରଭୁ ବଳରାମଙ୍କୁ ରାକ୍ଷୀ ପିନ୍ଧାଇଥିଲେ ।

Leave a Reply

Your email address will not be published. Required fields are marked *