ମୁଁ ମୋର ନୁହେଁ, ଏ ଭୂଇଁ ର,ଏ ମାଟି, ପାଣି,ପବନର

ରାଉରକେଲା,୧୮/୦୨/୨୦୨୫ (ଓଡ଼ିଶା ସମାଚାର)- ସ୍ବସ୍ତି ସାହିତ୍ୟ ସଂସଦ  ତରଫରୁ  ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ମାସିକ ଆଲୋଚନା ଆସର,ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟୁନିସିପାଲ  କଲେଜର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସାଂସ୍କୃତିକ ପ୍ରାଣସତ୍ତା ଓ ଆମର ଜାତୀୟତା ଉପରେ ଆଲୋଚନା କରିଥିଲେ।

ସେ କହିଥିଲେ, ମୁଁ ମୋର ନୁହେଁ, ମୁଁ ଏ ମାଟି ର,ଏ ଭାରତର, ପ୍ରତି ବ୍ୟକ୍ତି ସମାଜ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ଶିକ୍ଷୟିତ୍ରୀ ନିରୁପମା ପତି  ମଞ୍ଚ ପରିଚାଳନା କରିଥିବାବେଳେ, ବରେଣ୍ୟ ଅତିଥି ଭାବେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ତଥା ଉପସଭାପତି ଇଂ ଗୋପୀନାଥ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉପସଂହାର ରେ  ଶିକ୍ଷାବିତ୍  ପାରେଶ୍ବର ବିଶ୍ବାଳ ନିଜର ସୁଚିନ୍ତିତ ମତ ରଖିଥିଲେ ।

କାଚ କାନ୍ଥ ଗଳ୍ପ ପଠନ କରିଥିଲେ, ଗାଳ୍ପିକା ତଥା ଶିକ୍ଷୟିତ୍ରୀ ପୁଷ୍ପା ରାଣୀ ପଟେଲ। ଗୀତାରାଣୀ ବେହେରା ଙ୍କ ସଂଯୋଜନାରେ କଵି ତ୍ରିଲୋଚନ ସ୍ବାଇଁ, ଅଜୟ ମହାନ୍ତି, ସୁନୀଲ ମହାନ୍ତି, ସ୍ନେହଲତା ପଟ୍ଟନାୟକ କବିତା ପାଠ କରିଥିଲେ। ଏଥିରେ ସମ୍ପାଦକଙ୍କ ସମେତ ବହୁ  ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିଶେଷରେ ସଂଗଠକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ଗୀତା ରାଣୀ ବେହେରା ଏକ  ଭଜନ ପରିବେଷଣ କରିଥିଲେ। ପ୍ରତି ମାସର ଏପରି ମୂଲ୍ୟବାନ  ଆଲୋଚନା ଆସର ଅନୁଷ୍ଟିତ ହେଉଥିବାରୁ ବୁଦ୍ଧିଜୀବୀ ମାନେ ସ୍ବସ୍ତି ସାହିତ୍ୟ ସଂସଦ କୁ  ଖୁବ୍ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *