ଇବ୍‌ନଦୀ ଉପରେ ନୂତନ ପୋଲ ନିର୍ମାଣ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର, ୨୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇବ୍‌ନଦୀ ଉପରେ ଜାତୀୟ ରାଜପଥ ୪୯ (ପୁରୁଣା ଜାତୀୟ ରାଜପଥ-୨୦୦)ର ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୋଲ ବଦଳରେ ଏକ ନୂତନ ପୋଲ ନିର୍ମାଣ ପାଇଁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା କରିଥିଲେ । ଇତି ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ ୨୪/୦୭/୨୦୨୪ରେ ଡିପିଆର୍‌ ସହ ଆପତ୍ତି-ଅଭିଯୋଗ ଓ ପର୍ଯ୍ୟବେକ୍ଷଣ ସଂପର୍କିତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିସାରିଛନ୍ତି ।

          ମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇବାକୁ ଚାହିଁଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ସହ ଛତିଶଗଡ଼ ଆଦି ବିଭିନ୍ନ ସ୍ଥାନରୁ ଇବ୍‌ ନଦୀ ଉପରେ ଥିବା ଏହି ବିପଦସଙ୍କୁଳ ପୋଲ ଉପରେ ଦୈନନ୍ଦିନ ପ୍ରାୟ ୮୦୦ରୁ ଅଧିକ ଟ୍ରକ/ଟିପର ଚଳାଚଳ କରୁଛନ୍ତି । ସେହିପରି ମହାନଦୀ କୋଲଫିଲïର ଲଖନପୁର, ବ୍ରଜରାଜନଗର ଓ ଓରିଏଣ୍ଟ କୋଲିଆରିରୁ ଏହି ବାଟ ଦେଇ ବିଜୁ ଏକ୍ସପ୍ରେସ୍‌ େୱ ପର୍ଯ୍ୟନ୍ତ ବହୁ ଯାନ ଚଳାଚଳ କରୁଛନ୍ତି ।

          ଯେହେତୁ ଏହି ପୋଲଟି ୬୦ ବର୍ଷ ପୁରୁଣା ଓ ଭଗ୍ନ, ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି । ଦୀର୍ଘଦିନରୁ ନୂତନ ପୋଲ ନିର୍ମାଣ ପାଇଁ ସେମାନେ ଦାବି କରିବା ସହ ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପାଇଁ ଆଶା ରଖିଛନ୍ତି ।

 ରାଜସ୍ବ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ବିଭାଗ ୧୪-୦୮-୨୦୨୪ରିଖ ରେ ଇବ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ର ଅନୁମୋଦନ ସହ ଆବଶକୀୟ ଅର୍ଥ ୫୫.୪୩କୋଟି ଟ ମଂଜୁର କରିଛନ୍ତି ।  ରାଜସ୍ବ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ଥାନୀୟ ସଡକ ପରିବହନ ଓ ରାଜପଥ ଅଧିକାରୀଙ୍କୁ ଏହି ପୋଲ ନିର୍ମାଣ କାର୍ୟ୍ୟ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *