କେନ୍ଦ୍ରାପଡ଼ା, ୧୩/୭/୨୦୨୪ (ଓଡ଼ିଶା ସମାଚାର)- ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ତିନି ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଧାରାବାହିକ ଭାବରେ ଚାଲିଥିବା ଆନ୍ଦୋଳନକୁ ପୂର୍ବତନ ସରକାର ଉପେକ୍ଷା କରି ଚାଲିଥିଲା ବେଳେ ଏବେ ସରକାର ପରିବର୍ତନ ହେବା ପରେ ଜିଲାବାସୀଙ୍କର ଏହି ଦାବି ପୁରଣ ହେବାର ଆଶା ପୋଷଣ କରିଛି । ଏହି ଉଦ୍ଧେଶ୍ୟରେ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, କୋଷାଧ୍ୟକ୍ଷ ଫକୀର ଖଟୁଆ, ରାଜକୁମାର ବିଶ୍ୱାଳ, ଆଦିକନ୍ଦ ରାଉଳ, ନରୋତମ ପାର୍ଥସାରଥି, ଭାଗୀରଥି ଜେନା, ସିଦ୍ଧାର୍ଥ ଶଂକର ରାୟ, ମୁକ୍ତାର ଖାଁ, ଅଭିମନ୍ୟୁ ରାଉତ, ଡ. ଦିଲ୍ଲୀପ ମିଶ୍ର, ବୈଷ୍ଣବ ସ୍ୱାଇଁ, ଶରତ ରାଉତ, ସୁରେଶ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚନା କରି ଜିଲାର ସରକାରୀ ଦଳର ସାଂସଦ ଏବଂ ବିଧାୟକଙ୍କ ସମେତ ନବନିର୍ବାଚିତ ବିଧାୟକ ଓ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲାବାସୀଙ୍କ ଉପରୋକ୍ତ ଦାବି ଉପସ୍ଥାପନ କରିବାକୁ ନିଷ୍ପତି ନିଆଯାଇ ନୂଆ ସରକାର ଜିଲାବାସୀଙ୍କର ଏହି ଦାବି ପୁରଣ କରିବେ ବୋଲି ଆଶା ପୋଷଣ କରିଥିଲେ । ଶେଷରେ ପ୍ରତାପ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।