କେନ୍ଦ୍ରାପଡ଼ା, ୧୯/୮/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ର ପ୍ରାନ୍ତୀୟ ସମାବେଶ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ମୁଖପାତ୍ର ତେଜେଶ୍ଵର ପରିଡ଼ା ଓ ମାନନୀୟା କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ। ସରିତା ସାହୁ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। “ଗଣତନ୍ତ୍ରରେ ଗଣମାଧ୍ୟମର ବିଶ୍ୱସନୀୟତା” ଶୀର୍ଷକ ଆଲୋଚନା ଚକ୍ର ରେ ଉପରୋକ୍ତ ଅତିଥି ମାନେ ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ମଂଚାସୀନ ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ଏସୟୁଜେ ଓଡ଼ିଶା ସଂଗଠନ ଗଠନ,ଏହାର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଶାଖା ସଭାପତି ଦୈତାରୀ ଜେନା ସ୍ଵାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ଉପସଭାପତି ଅସିତ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଈଶ୍ଵର ପୃଷ୍ଟି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ କଟକ, ଯାଜପୁର ଆଦି ଜିଲ୍ଲା ର ସାମ୍ୱାଦିକ ପ୍ରତି ନିଧି ମାନେ ଯୋଗ ଦେଇଥିଲେ ।