ବ୍ୟକ୍ତିତ୍ୱ ବିକାଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୫/୦୪/୨୦୨୫(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ବ୍ୟକ୍ତିତ୍ୱ ବିକାଶ ଶିବିରର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇଁମାସ ୨୨ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏକ ଚାରିଦିନିଆ ବ୍ୟକ୍ତିତ୍ୱ ବିକାଶ ଶିବିର ଆଶ୍ରମ ପରିସରରେ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଏହି ଶିବିରରେ ଅଷ୍ଟମ ଶ୍ରେଣୀ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ଶିବିରାର୍ଥୀମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ଆଶ୍ରମ ପକ୍ଷରୁ କରାଯିବାକୁ ସ୍ଥିର କରାଗଲା । ଏହି ଶିବିରରେ ଯୋଗ, ପ୍ରାଣାୟମ, ଆଧ୍ୟାତ୍ମିକ ଜ୍ଞାନ ସହିତ ବ୍ୟକ୍ତିର ଚରିତ୍ର ଗଠନ ଉପରେ ଧ୍ୟାନ ଦିଆଯିବ ବୋଲି ଶ୍ରୀ’ମା ମତବ୍ୟକ୍ତ କରିଥିଲେ ।

କାରଣ ଜଣେ ଉତମ ମଣିଷ ଗଢିବା ଏହି ଶିବିରର ମୂଳ ଲକ୍ଷ୍ୟ । ତେଣୁ ଇଛୁକ ଛାତ୍ରଛାତ୍ରୀମାନେ ଆଶ୍ରମ ସହିତ ଯୋଗାଯୋଗ କରିବାକୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି । ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଦିବ୍ୟଜୀବନ ସଂଘର ଉପସଭାପତି ଡ. କାଳୀପ୍ରସନ୍ନ ଶତପଥୀ, କରୁଣାକର ଦାସ, ଶିବାନନ୍ଦ ବିଦ୍ୟାମନ୍ଦିର ସହସମ୍ପାଦକ ଅଭିମନୁ୍ୟ ଗୋଛାୟତ, ଶିକ୍ଷାବୀତ ନୃସିହ ଚରଣ ତ୍ରିପାଠୀ, ମନୋରଞ୍ଜନ ତ୍ରପାଠୀ, ଶ୍ରୀଧର କୁମାର ମହାନ୍ତି, ରୀତାଞ୍ଜଳି ନାଥ, ଆଶ୍ରମ ସମ୍ପାଦକ ଶରତ କୁମାର ପାତ୍ର, ଶିବାନନ୍ଦ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଶରତ ଚନ୍ଦ୍ର ବରାଳ, ରଜନୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *