ମାହାଙ୍ଗା,୨୯/୦୭/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )-କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ସଂକୀର୍ତ୍ତନ ପ୍ରେମୀ ତଥା ଦୁଗ୍ଧ ବ୍ୟବସାୟୀ ଶାନ୍ତନୁ ପଲେଇ (୫୬)ଙ୍କ ଦେହାନ୍ତ ଘଟିଛି ।
ସେ ଜଣେ ଧର୍ମପ୍ରାଣ, ମିଷ୍ଟଭାଷୀ, ମେଳାପୀ ତଥା ପରୋପକାରୀ ବ୍ୟକ୍ତି ଥିଲେ ।
ତା’ଙ୍କ ବିୟୋଗରେ ଯାଦବସଂଘ ନେତା ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ନାଥ ଦାସ,କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ସୁବାସ ବେହେରା, ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ, ନିହାର ରଞ୍ଜନ ପଣ୍ଡା, କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟା ସୁପ୍ରଭା ସାମଲ, ସରପଞ୍ଚ ନଳିନୀ ପ୍ରଧାନ,ରବୀନ୍ଦ୍ର ପୃଷ୍ଟି, ନିରଞ୍ଜନ ମୁଦୁଲି, ବିଭୂତି ଭୂଷଣ ଦାସ,
ଦିଲୀପ ବାରିକ, ସୁନାକର ବେହେରା, ଚନ୍ଦ୍ରମଣି ଦାଶ,ସୁଶାନ୍ତ ଦାସ, ସୁଧୀର ମହାନ୍ତି, ଭାଗ୍ୟଧର ମହାନ୍ତି, ନବକିଶୋର ବେହେରା, ନାରାୟଣ ଦାଶ, ଗୟାଧର ବେହେରା,ଅଫସର ତୁଲ୍ଲା, ରାମଚନ୍ଦ୍ର ମହାପାତ୍ର, ଅଲେଖ ଦାସ, ରମାକାନ୍ତ ପଣ୍ଡା,ଅଶୋକ ବେହେରା, ଲକ୍ଷ୍ମୀଧର ବେହେରା, କେଦାରେଶ୍ୱର ପୁହାଣ, ଦାମୋଦର ପଲେଇ, ସୁଦାମ ପଲେଇ, ବ୍ରଜବନ୍ଧୁ ପଲେଇ, ଅମୁଲ୍ୟ ପଲେଇ, ରାଜେଶ ବେହେରା, ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ବିରୂପା ନଦୀ ତଟ ସ୍ମଶାନରେ ଶାନ୍ତନୁଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।
