କେନ୍ଦ୍ରାପଡା, ୧୬/୮/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ସଂଘର ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ଅଧ୍ୟକ୍ଷତାରେ ତିନିମୁହାଣୀ ଛକସ୍ଥିତ ସହୀଦସ୍ତମ୍ଭ ପରିସରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଓ ଦୀପଦାନ କରାଯିବା ପରେ ସହୀଦ ବୀରଙ୍କ ପାଇଁ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପୂର୍ବତନ ସଭାପତି ତଥା ସଂଘର ଉପଦେଷ୍ଟା ଅଭୟ ପ୍ରସାଦ ପାଣି ଜାତୀୟ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କ୍ୟାପଟେନ୍ ଅଭୟ କୁମାର ଲେଙ୍କା, ୱାରେଂଟ ଅଫିସର ପ୍ରଦୀପ ପାତ୍ର, ସଂଘର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ମହେଶ୍ୱର କର, ସୁବେଦାର ପ୍ରଦୀପ ସାହୁ, ସୁବେଦାର ବିଚିତ୍ର କୁମାର ନାୟକ, ପ୍ରଫୁଲ୍ଲ ଉପାଧ୍ୟାୟ, ସୁବେଦାର ଗୌରାଙ୍ଗ ସ୍ୱାଇଁ, କୈଳାଶ ରାଉତ, ହୃଷିକେଶ ସୂତାର, ଜଗନ୍ନାଥ ନାୟକ, ଅଞ୍ଜନ ପରିଡା, ସୁବେଦାର ମେଜର ନୟନ ବଲ୍ଲଭ ନାୟକ, ନିରଞ୍ଜନ ଦାସ, ଅମର ଦାସ, ସମାଜସେବୀ ରଞ୍ଜିିତ ସିଂ, ପ୍ରଫୁଲ କୁମାର ଉପାଧ୍ୟାୟ, ଶଶୀଭୁଷଣ ଦାଶ, ରାଜେନ୍ଦ୍ର ସାହୁ, ଅକ୍ଷୟ ସାହୁ, ହୃଷିକେଶ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡା ପୂର୍ବତନ ସୈନିକ ସଂଘର ୭୮ତମ ସ୍ୱାଧୀନତା ଦିବସ ପାଳନ
