“ଦିବ୍ୟାଲୋକ ସନ୍ଧାନେ” ସମ୍ପାଦକଙ୍କୁ ବ୍ୟାସପୁତ୍ର ସମ୍ମାନ

ଫୁଲନଖରା ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା ତଥା ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା  “ଦିବ୍ୟାଲୋକ ସନ୍ଧାନେ” ର ସମ୍ପାଦକ ଇଂ ଶ୍ରୀସନ୍ନ୍ୟାସୀ ଜୀ ଙ୍କୁ ଗୀତା ଜ୍ଞାନ ର ପ୍ରଚାର ଓ ପ୍ରସାର ରେ ନିୟୋଜିତ ଥିବା ବ୍ୟାସ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ତରଫରୁ ରାଜ୍ୟସ୍ତରୀୟ “ବ୍ୟାସ ପୁତ୍ର” ସମ୍ମାନ ରେ ସମ୍ମାନିତ କରାଯାଇଛି l ଭୁବନେଶ୍ୱର ୟୁନିଟ ତିନି ସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଫାଉଣ୍ଡେସନ ର ଦଶମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ଭାରତର ବିଶିଷ୍ଠ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ହlସ୍ୟଭିନେତା ତତ୍ତ୍ୱପ୍ରକାଶ ଶତପଥୀ (ପପୁ ପମ ପମ), ବିଶିଷ୍ଠ ସାହିତ୍ୟିକ ଦାଶ ବେନହୂର, ଚଳଚିତ୍ର ପ୍ରଯୋଜକ ରମେଶ ବାରିକ, ଓଟିଭି କାର୍ଯ୍ୟକାରୀ ପ୍ରଯୋଜକ ଅଭିନନ୍ଦନ ଦାସ, ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ, ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ସଭାପତି ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରୀସନ୍ନ୍ୟାସୀ ଜୀ ଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଚାରା ଗଛ ପ୍ରଦାନପୂର୍ବକ ସମ୍ମାନିତ କରିଥିଲେ l

Leave a Reply

Your email address will not be published. Required fields are marked *