ବିକଶିତ ଭାରତ ୨୦୪୭ ଏବଂ ବିକଶିତ ଓଡ଼ିଶା୨୦୩୬ପାଇଁ    ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୩/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡ଼ିଶା – ୨୦୩୬ ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମିତ ଗଠିତ ରାଜ୍ୟ ସ୍ତରୀୟ ପରିଚାଳନା କମିଟି(ଷ୍ଟିଅରିଂ କମିଟି) ର ୧ମ ବୈଠକ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

         ଏହି ବୈଠକରେ ପରିଚାଳନା କମିଟିର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ,ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ ଶ୍ରୀ ସୁରେନ୍ଦ୍ରକୁମାରଙ୍କ ସମେତ ବିଭିନ୍ନ ସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ(ସେକ୍ଟରାଲ ଗ୍ରୁପ୍ସ)ର ସଦସ୍ୟ ଥିବା ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

ଏହିଷ୍ଟିଅରିଂକମିଟିବୈଠକରେପୁର୍ବରୁଅନୁଷ୍ଠିତବିଭିନ୍ନସଚିବସ୍ତରୀୟକ୍ଷେତ୍ରୀୟଗୋଷ୍ଠୀଦ୍ୱାରାପ୍ରଥମପର୍ଯ୍ୟାୟବୈଠକରେଭିଜନଡକ୍ୟୁମେଣ୍ଟପ୍ରସ୍ତୁତିନେଇକରାଯାଇଥିବାରୂପରେଖସଂପର୍କରେପ୍ରାରମ୍ଭିକଉପସ୍ଥାପନସହଆଲୋଚନାକରାଯାଇଥିଲା।

          ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁ ବିନିଯୋଗ ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ଗଠିତ ସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ମଧ୍ୟରେ ୧. ଅର୍ଥନୀତି, ଶିଳ୍ପ ଓ ଭିତ୍ତିଭୂମି, ୨. ସାମାଜିକ ଓ ମାନବ ସମ୍ବଳ ବିକାଶ, ୩. ସଂସ୍କୃତି ଓ ଐତିହ୍ୟ, ୪. ବୈଷୟିକ ଜ୍ଞାନକୌଶଳ ଏବଂ ନବ ସୃଜନ, ୫. ସୁଶାସନ ଏବଂ ୬. ଗ୍ରାମୀଣ ରୂପାନ୍ତରଣ ଭଳି କ୍ଷେତ୍ରରେ ଭିଜନ ଡକ୍ୟୁମେଣ୍ଚ ରେ ସ୍ଥାନିତ ହେବାକୁ ଥିବା କ୍ଷେତ୍ର ଭିତ୍ତିକ ପ୍ରାଥମିକତା,ଲକ୍ଷ୍ୟ ଓ ରଣନୀତି ସଂପର୍କରେ ରହିଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା।

          ମୁଖ୍ୟ ଶାସନସଚିବ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ, ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି କରିବା ଆମପାଇଁ ଅନନ୍ୟ ସୁଯୋଗ ଆଣିଛି। ଏହି ଡକ୍ୟୁମେଣ୍ଟସନ କିପରି ସୁବ୍ୟବସ୍ଥିତ ଭାବରେ ଏବଂ ଏକ ବାସ୍ତବ ଦସ୍ତାବିଜ ହେବ, ଏଥିପାଇଁ ସଂପୃକ୍ତ ସମସ୍ତ ସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସେ ସହଯୋଗ କାମନା କରିଛନ୍ତି।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ।ଏଥିସହିତ ସେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଏବଂ ବିଭିନ୍ନ ଅଂଚଳର ସନ୍ତୁଳିତ ବିକାଶ ପରିପ୍ରେକ୍ଷୀରେ ପରାମର୍ଶ ଦେବାସହିତ ଦେଶବିଦେଶରେ ଅବଲମ୍ବନ କରାଯାଉଥିବା ବିଭିନ୍ନ କ୍ଷେତ୍ରରେ ଉତ୍ତମ ଅଭ୍ୟାସ (ବେଷ୍ଟ ପ୍ରାକ୍ଚିସେସ୍ ) କୁ ଅନୁସରଣ କରାଯିବା ସଂପର୍କରେ ମତ ରଖିଥିଲେ।

ପ୍ରସ୍ତୁତି ଜାରି ରହିଥିବା ଏହି ମାର୍ଗଦର୍ଶିକା୨୦୩୬ ସୁଦ୍ଧା ବିକଶିତ ଓଡିଶା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବା ଲକ୍ଷ୍ୟ ରଖିଛି।ଗଠିତ ସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ଏବଂ ପରିଚାଳନା କମିଟି ବିଶିଷ୍ଟ ନାଗରିକ, ନାଗରିକ ସମାଜ ସଂଗଠନ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ବୁଦ୍ଧିଜୀବୀ,   ଶିଳ୍ପକ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ଠାରୁ ମତାମତ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ବୈଠକରେ ବିଭିନ୍ନ ମାଧ୍ୟମରେ ଆଲୋଚନା, ପ୍ରସ୍ତାବ ଏବଂ ମତସଂଗ୍ରହ ବ୍ୟତୀତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ଖୁବ ଶିଘ୍ର ଏକ ଓ୍ୱେବପୋର୍ଟାଲ ଆରମ୍ଭକ ରାଯିବା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *