ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ଗରଦପୁର,୦୫/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଚିତ୍ରୋତ୍ପଳା ମହିଳା ସ୍ନାତକ ମହାବିଦ୍ୟାଳୟ କୋରୁଆ ରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଯୋଜନା ଅନୁଯାୟୀ ଛାତ୍ରୀ ମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିକଶିତ କରିବା ପାଇଁ ସରକାରଙ୍କର ଏହି ଅଭିନବ ପ୍ରୟାସ କରାଯାଇଛି । ତେବେ ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅନାଦି ଚରଣ ବେଉରା ସଂଯୋଜନା କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଅଜୟ କୁମାର ରାଉତ , ସରପଂଚ ଅମିୟ କୁମାର ଜେନା, ପରିବେଶବିତ ସନ୍ତୋଷ କୁମାର ଜେନା , ମହାବିଦ୍ୟାଳୟ ର ଅଧ୍ୟକ୍ଷ ବସନ୍ତ ଦେବବ୍ରତ , ଅଧ୍ୟାପକ ନିର୍ମର୍ଳେନ୍ଦ୍ର ମଲିକ ପ୍ରମୁଖ ଯୋଗଦେଇ ଆଜିର ଛାତ୍ରୀ କାଲି ଦେଶର ଭବିଷ୍ୟତ ସହ ଦେଶ ଗଠନରେ ସେମାନଙ୍କ ଭୂମିକା ଅତୁଳନିୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଜୟନ୍ତ ସାହୁ, ଅଧ୍ୟାପିକା ତୁଳସୀ ନାୟକ, ଅଧ୍ୟାପକ ବିଭୁତି ଭୁଷଣ ମଲିକ ପ୍ରମୁଖ ପରିଚାଳନା କରିଥିଲେ । ଶେେରେ ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପରିବେଷଣ କରାଯାଇଥିବାବେଳେ କୃତୀ ପ୍ରତିଯୋଗି ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *