କଟକ ସଦର,୨୩/୦୪/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ବାଡ଼ ଯଦି ଫସଲ ଖାଇବ ତାହେଲେ ଜନସାଧାରଣ କହିବେ କାହାକୁ ଶୁଣିଵ ବା କିଏ। ଏଭଳି ଏକ ଘଟଣା ଘଟିଛି କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ।ଏକ ବିଦ୍ୟାଳୟ ପରିସରରେ ଏକ ବେଆଇନ ଭୋଗ ମଣ୍ଡପ ନିର୍ମାଣକୁ ନେଇ ଜନସାଧାରଣ ତହସିଲଦାର ଓ ସଦର ଵିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେମାନେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଯଶପଡା ପଞ୍ଚାୟତ କୋସିଦା ଭିକାରୀ ଚରଣ ବିଦ୍ୟାଳୟ ପରିସରରେ ଥିବା ଖାତା ନଂ ୧୮୭,ପ୍ଲଟ ନଂ ୫୩ ଉପରେ ସବୁ ନୀତି ନିୟମକୁ ଫୁ କରି ଠିକାଦାରୀ ମୁନାଫା ପାଇଁ ବେଆଇନ ଭାବେ ମା ମଙ୍ଗଳା ଭୋଗ ମଣ୍ଡପ ନିର୍ମାଣ କରାଯାଇଛି।
ଏହାକୁ ବିରୋଧ କରି ଗ୍ରାମବାସୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ। ଏଥିପାଇଁ ଗ୍ରାମବାସୀମାନଙ୍କ ପକ୍ଷରୁ ଜନୈକ ସାମାଜିକ କର୍ମୀ ସଂଜୟ ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାକୁ ବିଚାରକୁ ନେଇ ହାଇକୋର୍ଟ ପ୍ରଶାସନ ଉପରେ କ୍ଷୁବ୍ଧ ହେବା ସହିତ ଏହା ଉପରେ ଜବାବ ରଖିବାକୁ ଓ ପି ନଂ ୪ ରେ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଥିପାଇଁ ଆସନ୍ତା ସୋମବାର ସୁଦ୍ଧା ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ତହସିଲଦାର ଓ ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାସ ୫ ତାରିଖରେ ‘ଓଡିଶା ସମାଚାର’ରେ ଏ ସମ୍ପର୍କରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।
କୋସିଦା ସ୍କୁଲ ପରିସରରେ ବେଆଇନ୍ ଭୋଗ ମଣ୍ଡପ ନିର୍ମାଣକୁ ନେଇ ତୀବ୍ର ଅସନ୍ତୋଷ, ମାମଲା ଅଦାଲତକୁ ଗଲା
