ଯୁବ ଓଡିଶା ନବୀନ ଓଡିଶା  ସାମାଜିକ ସଚେତନତା କାର୍ଯ୍ୟକ୍ରମ 

 ନିରାକାରପୁର, ୦୫/୧୨/୨୦୨୩ (ଓଡ଼ିଶା ସମାଚାର)-କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ମଳିପଡ଼ା ବଜାର ଓ ଗ୍ରାମକୁ ପଦଯାତ୍ରା କରି ଅନେକ ସ୍ଥାନରେ ପଥପ୍ରାନ୍ତ ନାଟକ ସହ ନୃତ୍ୟ ପରିବେଷଣ କରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାଗୃହରେ ଜିଲ୍ଲା ଏଡ଼ସର ଡିଷ୍ଟ୍ରିକଟ ପ୍ରୋଗ୍ରାମ ମ୍ୟାନେଜେର ଶ୍ରୀ ବିଧାନ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏଚଆଇଭି, ଏଡ଼ସ, ଏସଟିଡି ଏବଂ ଟିବି ସମ୍ପର୍କରେ ଅନେକ ଜରୁରୀ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ରାଜ୍ୟସରକାରଙ୍କ ଦ୍ୱାରା ଆହୁତ  ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଶ୍ରୀ ପ୍ରାଣେଶ୍ୱର ଜୟସିଂ, ଅଧ୍ୟାପକ ଶ୍ରୀ ଅଶୋକ କୁମାର ମଲ୍ଲିକ, ଅଧ୍ୟାପକ ନରୋତ୍ତମ ସାହୁ, କ୍ରୀଡା ଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ ରାସ୍ତା ଦୁର୍ଘଟଣା ଏଡେଇବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *