ଜଗତସିଂହପୁର ଆଂଚଳିକ ପରିବହନ ବିଭାଗ ପକ୍ଷରୁ  ଦୁର୍ଘଟଣାଜନୀତ ମୃତ୍ୟୁଶୁନ୍ୟ ସପ୍ତାହ ପାଳିତ

 ରଘୁନାଥପୁର,୦୫/୧୨/୨୦୨୩ (ଓଡ଼ିଶା ସମାଚାର)- ବିଗତ କିଛି ବର୍ଷଧରି ରାଜ୍ୟରେ ଦୁର୍ଘଟଣାଜନୀତ ମୃତ୍ୟୁହାର ଉଦବେଗ ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସଡକ ଦୁର୍ଘଟଣା ଜନୀତ ମୃତ୍ୟୁ ଶୁନ୍ୟ ସପ୍ତାହ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷିରେ ରଘୁନାଥପୁର ବ୍ଲକ ପରିସରରେ ଜଗତସିଂହପୁର ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ଦୁର୍ଘଟଣା ଜନୀତ ମୃତ୍ୟୁଶୁନ୍ୟ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ରଘୁନାଥପୁର ବିଡିଓ ନମିତା ବାରିକ ସଭାପତିତ୍ୱ କରି  ପରିବହନ ବିଭାଗର ନିୟମ ମାନି ଗାଡି ଚଳାଇ ଅନ୍ୟକୁ ସୁରକ୍ଷିତ ରଖିବା ସହିତ  ନିଜକୁ ସୁରକ୍ଷିତ ରଖି ପରିବାର ପ୍ରତି ଯନôବାନ ହେବା ପାଇଁ  କହିଥିଲେ । ଏଥିରେ ମୁଖ୍ୟ ଅତିଥୀଭାବେ ଜିଲ୍ଲା ପରିବହନ ଅଧୀକାରି ନିର୍ମଳ କୁମାର ମହାନ୍ତି ଯୋଗଦେଇ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଗାଡି ଚାଳନା ବେଳେ ହେଲମେଟ୍ ବ୍ୟବହାର କରିବା, ନିଶାମୁକ୍ତ ହୋଇ ଗାଡି ଚାଳନା କରିବା, ଅନ୍ୟଗାଡି ସହ ପ୍ରତିଯୋଗିତା ନକରିବା, ୧୮ବର୍ଷରୁ କମ୍ ବୟସ ପିଲା ମାନଙ୍କୁ ଗାଡି ଚଲାଇବାକୁା ନଦେବା, ରାସ୍ତାର ବାମପାଶ୍ୱର୍ରେ ଚାଲିବା, ଚାରିଚକିଆ ଯାନରେ ସିଟ ବେଲଟ୍ ବ୍ୟବହାର କରିବା, ଗାଡି ଚଳାଉଥିବା ସମୟରେ ପାଶ୍ୱର୍ ପରିବର୍ତନ କରିବାର ଯଥେଷ୍ଟ ପୂର୍ବରୁ ସଂକେତ ଦେବା, ସର୍ବୋପରି ବେପରୁଆ ଗାଡି ଚାଳନାରୁ ଦୂରରେ ରହିଲେ ଆମେ ଦୁର୍ଘଟଣା ମୁକ୍ତ ରହି ପାରିବା ବୋଲି କହିଥିଲେ । ସମ୍ମାନୀତ ଅତିଥୀ ଭାବେ ରଘୁନାଥପୁର ଭାରପ୍ରାପ୍ତ ଥାନା ଅଧିକାରି ସୁଶାନ୍ତ କୁମାର ସେଠୀ ଯୋଗଦେଇ ଗାଡି ଚାଳନା ସମୟରେ ରାସ୍ତାର ସମସ୍ତ ନିୟମ ମାନି ଚଳାଇବା ଉଚିତ୍ ଏବଂ ଏଥିପାଇଁ ଗଣମାଧ୍ୟମ ଜରିଆରେ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।ଏଥିରେ ଜାତୀୟ ସ୍ୱଚ୍ଛାସେବୀ ଅନୁଷ୍ଠାନ ମଦର ଟେରେସା ଫାଉଣ୍ଡେସନ ରାଜ୍ୟ ଅଧ୍ୟକ୍ଷ ଡଃ ସୁନାକର ବେହେରା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନ୍ୟତମ ଅତିଥୀ ଭାବେ ଓଡିଶା ମୋ ପରିବାରର ଉପଦେଷ୍ଠା ଡଃ ସୁରେନ୍ଦ୍ରନାଥ ମହାପାତ୍ର, ଏବିଡିଓ ଜ୍ଞାନଦା ନାୟକ ଯୋଗ ଦେଇ ସୁରକ୍ଷିତ ଗାଡି ଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକର ବିଭିନ୍ନ ମହିଳା ଗ୍ରୁପର ଶତାଧୀକ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *