କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗକୁ ବିଧାୟକଙ୍କ ପୁସ୍ତକ ଓ କମ୍ପ୍ୟୁଟର ଦାନ

କେନ୍ଦ୍ରାପଡ଼ା,୨୦/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପାଠାଗାରକୁ କେନ୍ଦ୍ରାପଡା ବିଧାୟକ ତଥା ଇଂରାଜୀ ବିଭାଗର ପୁରାତନ ଛାତ୍ର ଗଣେଶ୍ୱର ବେହେରା ପୁସ୍ତକ ଓ କମ୍ପୁ୍ୟଟର ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଆଜି ଇଂରାଜୀ ବିଭାଗ ସେମିନାର ହଲରେ ଇଂରାଜୀ ବିଭାଗ ମୁଖ୍ୟ ପୂର୍ବାଶା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।

କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଇଂରାଜୀ ବିଭାଗର ଶିକ୍ଷାବିକାଶ କ୍ଷେତ୍ରରେ ବିଧାୟକଙ୍କ ସହଯୋଗ ଓ ଉଦ୍ୟମକୁ ପ୍ରଶଂଶା କରିଥିଲେ ।ବିଧାୟକ ଛାତ୍ରଛାତ୍ରୀମାନଙ୍କ ସହ ବାକ୍ୟ ବିନିମୟ କରିବା ଅବସରରେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ପାରମ୍ପରିକ ଅଧ୍ୟୟନକୁ ଡିଜିଟାଲ ସାକ୍ଷରତା ସହ ମିଶ୍ରଣ କରି ଅତ୍ୟାଧୁନିକ ଉପାୟରେ ପାଠ ପଢିବାକୁ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଲ୍ଲିକ, ଅଚୁ୍ୟତାନନ୍ଦ ମହାରଣା, ସୁଶ୍ରୀ ହିରନମୟୀ ସାମଲ, ପ୍ରିୟାଂଶୁଶେଖର ରାଉତରାୟ, ସୁଶ୍ରୀ ସୁଚେତା ପରିଜା, ରାଜଶ୍ରୀ ଜେନାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପିକା ସୁଜାତା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *