ଜିଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା,୧୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମଂଚର ସଭାପତି ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଜାତୀୟ ପତକା ଉତୋଳନ କରିଥିଲେ । ଏହାପରେ ଅନୁଷ୍ଠିତ ସଭାରେ ସଭାପତି ଶ୍ରୀ ମହାନ୍ତି ସ୍ୱାଧୀନତାର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଡା. ବିଶ୍ୱପ୍ରକାଶ କାନୁନଗୋ, ଡା. ବିଜୟ କୁମାର ଦାସ, ଅଦୈତ କୁମାର ଦାସ, ଉପସଭାପତି ପ୍ରହ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ, ବି ସମ୍ପାଦକ ରବୀନ୍ଦ୍ର କୁମାର ବାରିକ, ନରୋତମ ଜେନା, ରବୀନ୍ଦ୍ର କୁମାର ରଥ, ବିଦ୍ୟାଧର ଦାସ, ନୁରୁଲ ଅମିନ, ସୟଦ ଅକମଲ ଅଲ୍ଲୀ, ପରମାନନ୍ଦ ସେଠୀ, ଜଗମୋହନ ହୋତା, ଡା. ଶରତ ଚନ୍ଦ୍ର ସ୍ୱାଇଁ, ଗଗନବିହାରୀ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *