ଖଜୁରିଆକଟା,୧୮/୦୪/୨୦୨୬(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ଦୁଇଦିନ ତଳେ ଜଣକ ମୃତ୍ୟୁଘଟଣା ମନରୁ ଯାଇନଥିବା ବେଳେ ଆଜି ପୁଣି ଜଣକର ହାତୀ ପାଦତଳେ ଜୀବନ ଯାଇଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ତଥା ବନାଞ୍ଚଳ ହିନ୍ଦୋଳଥାନା ଅନ୍ତର୍ଗତ ପଡ଼ା ଗ୍ରାମର ସ୍ବର୍ଗତ ପାଣୁ ସାହୁଙ୍କ ପୁତ୍ର କୈବଲ୍ୟ ସାହୁ ଆଜି ଦିନ ୧୧ଘଣ୍ଟା ସମୟରେ ନିକଟସ୍ଥ ଜଙ୍ଗଲକୁ ଆମ୍ବ ତୋଳିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯିବାରୁ ହାତିଟି ତାଙ୍କୁ ଦଳିଚକଟି କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖବରପାଇ ହିନ୍ଦୋଳ ବନବିଭାଗ ଅଧିକାରି ଓ ହିନ୍ଦୋଳ ଥାନାପୋଲିସ ତୁରନ୍ତ ଘଟଣାସ୍ଥଳରେ କୈବଲ୍ୟ ଙ୍କୁ ଉଦ୍ଧାରକରି ପହଂଚି ଶବ ଜବତକରି ବ୍ୟବଚ୍ଛେଦପାଇଁ ପଠାଇଥିଲେ। ତେବେ ହିନ୍ଦୋଳ ବନବିଭାଗ ପକ୍ଷରୁ ତୁରନ୍ତ ଗୋଟିଏ ଦିନରେ ୧ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ସହ ଶବବ୍ୟବଚ୍ଛେଦ ରିପୋର୍ଟପରେ ଆଉ ୯ଲକ୍ଷ ଟଙ୍କା କ୍ଷତିପୂରଣ ମୃତକଙ୍କ ପରିବାରକୁ ଯୋଗାଇ ଦିଆଯିବାକୁ ପ୍ରତିଶୃତି ଦେଇଥିଲେ।
