ଭୁବନେଶ୍ୱର, ୧୪/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାୟଗଡ଼ାସ୍ଥ କେ. କେ. ପେପରମିଲ୍ ଓ ମିଟ୍ସ ମେଗାଫୁଡ଼୍ ପାର୍କ ଲିମିଟେଡ୍ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଜେ.କେ. ପେପରମିଲ୍ସକୁ ସ୍ଥାନୀୟ ଚାଷୀ ଭାଇମାନେ କଞ୍ଚାମାଲ ବାବଦରେ କାଠ ଯୋଗାଇ ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି । ଏହା ଦ୍ୱାରା ଆଖପାଖ ଅଞ୍ଚଳର ପ୍ରାୟ ୬୫ ହଜାର ଚାଷୀ ଭାଇ ସୋସିଆଲ୍ ଫରେଷ୍ଟ୍ରିଫାର୍ମିଂ ମାଧ୍ୟମରେ ଉପକୃତ ହେବାସହ ଏହା ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ବିକାଶରେ ସହାୟ ହେଉଛନ୍ତି ।
ଏହାପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମିଟ୍ସ ମେଗାଫୁଡ୍ ପାର୍କ ଲିମିଟେଡ୍ ପରିଦର୍ଶନ କରିଥିଲେ । ମିଟ୍ସ ମେଗାଫୁଡ୍ ପାର୍କ ଓ ମିଟ୍ସ ଗ୍ରୁପ ଅଫ୍ଇନ୍ଷ୍ଟିଚୁ୍ୟସନ୍ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ନେଇ ସରକାରଙ୍କ ପଦକ୍ଷେପ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଭଳି ମେଗାଫୁଡ୍ ପାର୍କ ସ୍ଥାପନ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଅତ୍ୟାଧୁନିକ ସଂସାଧନ ଯୋଗାଇବା ତଥା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ବଜାର ସୃଷ୍ଟି ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହେବା ସହ କର୍ମ ନିଯୁକ୍ତିର ସୁଯୋଗ ଆଣିପାରିବ ବୋଲି ମନ୍ତ୍ରୀ ଶ୍ରୀସ୍ୱାଇଁ କହିଥିଲେ ।