ନରସିଂହପୁରରେ ନୂତନ ସବ ଜଜ୍ ସିନିୟର୍ ଡ଼ିଭିଜନ କୋର୍ଟର ଶୁଭ ଉଦଘାଟନ

ନରସିଂହପୁର, ୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ନରସିଂହପୁର ବିଚାର ବିଭାଗୀୟ ଅଦାଲତ ପରିସରରେ ନୂତନ ସବଜଜ୍ ସିନିଅର ଡ଼ିଭିଜନ କମ୍ ଆସିଷ୍ଟାଣ୍ଟ ସେସନ୍ ଜଜ୍ କୋର୍ଟର ଶୁଭ ଉଦଘାଟନ ହୋଇଯାଇଛି। ଆଜି ଏ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମାନ୍ୟବର ଡକ୍ଟର. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଷଡ଼ଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ମାତ୍ରେ ନରସିଂହପୁର ଓକିଲ ସଂଘ ପକ୍ଷରୁ ତାଙ୍କୁ କୋର୍ଟ ପରିସରକୁ ପାଛୋଟି ନିଆଯାଇଥିଲା। ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଷଡଙ୍ଗୀ ନୂତନ କୋର୍ଟର ଶୁଭ ଉଦଘାଟନ କରିଥିଲେ। କୋର୍ଟ ପରିସରରେ ସମସ୍ତ ଆଇନଜୀବୀ ସହିତ ମୁଖ୍ୟ ବିଚାରପତି ଶ୍ରୀ ଷଡଙ୍ଗୀ, ଜିଲ୍ଲା ଜଜ୍ ସଞ୍ଜୟ ରଞ୍ଜନ ବହିଦାର, କଟକ ଜିଲ୍ଲାପାଳ ନରହରି ସେଠୀ, ଗ୍ରାମାଞ୍ଚଳ ଏସପି ମିହିର କୁମାର ମିଶ୍ର, ଆଠଗଡ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ପି ପଟ୍ଟନାୟକ, ନରସିଂହପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁହାନି ପଟ୍ଟନାୟକ, ଓକିଲ  ସଂଘର ସଭାପତି ବିଭୂଦତ୍ତ ମିଶ୍ର, ଉପ ସଭାପତି ସରୋଜ କୁମାର ମହାରଣା, ସମ୍ପାଦକ ନିଗମାନନ୍ଦ ପଣ୍ଡା, ସହ ସମ୍ପାଦକ ସୁରେଶ ଚନ୍ଦ୍ର ମହାନ୍ତି, ଗ୍ରନ୍ଥାଗାର ସମ୍ପାଦକ,କୋଷାଧ୍ୟକ୍ଷ ସମୀର କୁମାର ଦଳେଇ, ସରକାରୀ ଓକିଲ ପ୍ରଫୁଲ୍ଲ କୁମାର ପଣ୍ଡା, ପୂର୍ବତନ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର,ଲଳିତ କେଶରୀ ବିଶ୍ଵାଳ,ସରୋଜ କୁମାର ସାହୁ,ନିର୍ମଲେନ୍ଦୁ ମିଶ୍ର,ଆଇନଜୀବୀ ଶ୍ରୀକାନ୍ତ ମିଶ୍ର,ପବିତ୍ର ଘୋଷ, ଜ୍ଞାନ ରଞ୍ଜନ ନାୟକଙ୍କପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *