ମାଲଗୋଦାମ ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତା ଚୟନ

କଟକ,୨୫/୦୫/୨୦୨୬ (ଓଡ଼ିଶା ସମାଚାର)- କଟକ ପୁରୁଣା ମାଲଗୋଦାମ ଟ୍ରକ ମାଲିକ ସଂଘର ମଧ୍ୟବର୍ତୀକାଳୀନ ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫକୀରମୋହନ ପଣ୍ଡା, ନିର୍ମଳକୁମାର ସାହୁ ଓ ଅଜୟକୁମାର ମହାନ୍ତିଙ୍କୁ ସଂଘର ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘର ପୂର୍ବତନ ଉପ-ସଭାପତି ସ୍ୱର୍ଗତ ନାରାୟଣ ସ୍ୱାଇଁ ଓ ସ୍ୱର୍ଗତ ବୃନ୍ଦାବନ ବରାଳଙ୍କ ସମେତ ପୂର୍ବତନ ଯୁଗ୍ମ-ସମ୍ପାଦକ ସ୍ୱର୍ଗତ ଅନନ୍ତକୁମାର ପାଣିଙ୍କ ସ୍ମୃତିଚାରଣ କରାଯାଇ ନୀରବ ପ୍ରାର୍ଥନା ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ଏହା ପରେ ଅନୁଷ୍ଠିତ ନିର୍ବାଚନରେ ନୂତନ ଉପ-ସଭାପତି ଭାବେ ଅଶୋକ କୁମାର ସାହୁ ଓ ଡ. ପ୍ରକାଶ କୁମାର ପଣ୍ଡା ଏବଂ ଯୁଗ୍ମ-ସମ୍ପାଦକ ଭାବେ ସମୀର କୁମାର ମହାନ୍ତି ଓ ରଞ୍ଜିତକୁମାର ସ୍ୱାଇଁ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ସଂଘର ଏହି ସାଧାରଣ ସଭାରେ ସଭାପତି ପ୍ରଦୀପ କୁମାର ପାତ୍ର, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପରିଡ଼ା ଓ କୋଷାଧ୍ୟକ୍ଷ ବିଜୟ କୁମାର ପଣ୍ଡା ଉପସ୍ଥିତ ରହି ନୂତନ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ପ୍ରତାପ କୁମାର ପାତ୍ର, ପ୍ରମୋଦ ପଣ୍ଡା, ବିଜ୍ଞାନ ପ୍ରଧାନ, ସଞ୍ଜୟ କୁମାର ମହାନ୍ତି, ଦେବେନ୍ଦ୍ର କୁମାର ମହାନ୍ତି ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସଫଳତାର ସହ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *