ପଲ୍ଲୀପ୍ରଗତି ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୧୨/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ପଲ୍ଲୀ ପ୍ରଗତି ଯୁବକ ସଂଘ ପକ୍ଷରୁ ବଛରାଇ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଶାଘାଇ ବ୍ଲକର ବଛରାଇ ଗ୍ରାମରେ ପଲ୍ଲୀ ପ୍ରଗତି ଯୁବକ ସଂଘର ଯୁବ ସମାଜ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି  । ୧୯୮୫ ମସିହାରେ ସ୍ଥାପିତ ଏହି ଯୁବକ ସଂଘ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ସଫେଇ ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଜନ ସଚେତନତା ସୃଷ୍ଚି କରିଆସୁଛି । ଏହି କ୍ରମରେ ସଂଘର ସଭାପତି  ଟୁକୁନା ବିଶ୍ୱାଳଙ୍କ ନେତୃତ୍ୱରେ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁଃପାର୍ଶ୍ୱର ସଫେଇ କାର୍ଯ୍ୟକ୍ରମ କରାଯାଇଛି  ।

oplus_0

ଦୀର୍ଘ ଦିନ ଧରି ସଫେଇ ହୋଇନଥିବାରୁ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ଅନାବନା ଗଛଲତା ବୃଦ୍ଧି ପାଇବା ସହ ଜୀବଜନ୍ତୁଙ୍କ ଆଶ୍ରୟ ସ୍ଥଳି ପାଲଟିଥିଲା ।  ତେଣୁ ଗ୍ରୀଷ୍ମ ଋତୁର ପ୍ରବାହକୁ ନଜରରେ ରଖି ଏହାକୁ ସଫା କରାଯାଇଛି  । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ମୁନା, ମନୋଜ, ମୁନୁ, ବବୁଲ, ରାଜୁ, ରାଜା, ଚିକୁ, ଚୁଗୁଲୁ ପ୍ରମୁଖ ସହଯୋଗର ହାତ ବଢାଇଥିଲେ  ।

Leave a Reply

Your email address will not be published. Required fields are marked *