ଜନ ପ୍ରତିନିଧିଙ୍କ ଅଧିକାର ଉପରେ ରାଜନେତାଙ୍କ ହସ୍ତକ୍ଷେପ ବିକାଶ କ୍ଷେତ୍ରରେ ବାଧକସାଜିବ

ନିଶ୍ଚିନ୍ତକୋଇଲି, ୧୪/୦୮/୨୦୨୪(ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ରୋଜି ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀ କାନ୍ତ ମହାପାତ୍ର,ସମିତି ଅଧୀନରେ କାର୍ୟ୍ୟ କରୁଥିବା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ତେବେ ଏହି ପଞ୍ଚାୟତ ସମିତିରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଅଧିକାର ଓ କ୍ଷମତା ସଂକୁଚିତ ହେଉଥିବା ନେଇ ସଂଗୀନ ଅଭିଯୋଗ ହୋଇଥିଲା । ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଲୋକଙ୍କ କାମ କରିବା କ୍ଷେତ୍ରରେ କୌଣସି ଅଙ୍କୁଶ ନରହୁ ବୋଲି ବିଧାୟକ ସାରଦା ପ୍ରଧାନ ଆହ୍ୱାନ ଦେଇଥିଲେ । ଗ୍ରାମାଞ୍ଚଳର ସାମୁହିକ ଉନ୍ନତି ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *