ଗାଙ୍ଗପଡା ପଂଚାୟତର ମହିଳା ମହାସଂଘର ଜମାଖାତା ଅଚଳ

                                                                 ବିଡିଓଙ୍କ ବିରୁଦ୍ଧରେ ଜିଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, ୧୪/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତର ମହିଳା ମହାସଂଘର ଦୁଇଟି ଜମାଖାତାକୁ ବିଡିଓ ଅଚଳ କରିଦେବା ପ୍ରତିବାଦରେ ବୁଧବାର ମହାସଂଗ ପକ୍ଷରୁ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଅଭିଯୋଗ ହୋଇଛି । ମହାସଂଗର ଶତାଧିକ ମହିଳା ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ (ସି.ଆର.ପି.) କମୁ୍ୟନିଟି ରିସୋର୍ସ ପର୍ସନ ଚୟନକୁ ନେଇ କେନ୍ଦ୍ରାପଡା ବିଡିଓ ପତ୍ରସଂଖ୍ୟା- ୩୪୯/୨୦୨୪ ଜରିଆରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୋଗୁଆ ଶାଖା ପରିଚାଳକଙ୍କୁ ଜମାଖାତା ଅଚଳ କରିବାକୁ ନିର୍ଦେଶ ଦେଇଛନ୍ତି । ଏ ନେଇ ମହାସଂଘର ସଭାନେତ୍ରୀ ବିଡିଓଙ୍କୁ ଭେଟି ଏହାର କାରଣ ପଚାରିଥିଲେ ମଦ୍ୟ ସେ କୌଣସି ସନ୍ତୋଷ ଜନକ ଉତର ଦେଇନଥିଲେ । ଫଳରେ ମହାସଂଘ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ବାଧ୍ୟ ହେଲା ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ମହିଳାମାନେ କହିଛନ୍ତି ୨୦୧୨ମସିହାରୁ ତୃପ୍ତି ପ୍ରକଳ୍ପ ଅଧିନରେ ସେମାନେ କାର୍ଯ୍ୟ କରୁଛନ୍ତି । ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ଏହାର ତଦନ୍ତ କରାଯାଇ ଜମାଖାତାକୁ ସଚଳ କରିବା ଓ ଦାୟି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ମହାସଂଘର କର୍ମକର୍ତାମାନେ ଦାବିକରିଛନ୍ତି ।

Leave a Reply

Your email address will not be published. Required fields are marked *