ଯାଜପୁର, ୧୪/୮/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ରାମବାଗସ୍ଥିତ ରିଜିଓନାଲ କଲେଜରେ ମନୋବିଜ୍ଞାନ ବିଭାଗରେ ଅଧ୍ୟାପିକା ଭାବରେ କାର୍ଯ୍ୟରତ ରଶ୍ମିବାଳା ମହାପାତ୍ରଙ୍କର ଭକ୍ତିମୂଳକ ସଙ୍ଗୀତ କ୍ୟାସେଟ “ହେ ପ୍ରଭୁ ଚକାନୟନ” ଲୋକର୍ପିତ ହୋଇଛି । ଏଥିରେ କଣ୍ଠଦାନ କରିଛନ୍ତି ଉଦୀୟମାନ କଣ୍ଠଶିଳ୍ପୀ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା ଏବଂ ନିର୍ଦ୍ଧେଶନା ଦେଇଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଧେଶକ ଗୁରୁ ଦିନେଶ କୁମାର ମଲ୍ଲିକ । ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭକ୍ତର ଆତ୍ମନିବେଦନ ବର୍ଣ୍ଣିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଲୋକାର୍ପିତ ହୋଇଥିବା ଶ୍ରୀମତୀ ରଶ୍ମିବାଳା ମହାପାତ୍ରଙ୍କ ପ୍ରଥମ ସଙ୍ଗୀତ କ୍ୟାସେଟ୍ ମା ତାରିଣୀ ଶୁଭମ୍ ଟିଭି ତଥା ୟୁଟୁ୍ୟବ୍ ରେ ପ୍ରସାରିତ ହୋଇ ଅନେକ ପ୍ରଶଂସା ଲାଭ କରିଛି । ଗୀତ ରଚନା କ୍ଷେତ୍ରରେ ଅନେକ ସଫଳତା ଲାଭ କରିଥିବା ଶ୍ରୀମତୀ ମହାପାତଙ୍କର ଏହି ଉଲ୍ଲେଖନୀୟ ଅବଦନା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରଶ୍ମିବାଳା ମହାପାତ୍ରଙ୍କ ଶ୍ରୀଜଗନ୍ନାଥ ଭଜନ ଲୋକାର୍ପିତ
