ତରାପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ

କେନ୍ଦ୍ରାପଡ଼ା,୧୯/୦୧/୨୦୨୬(ଓଡ଼ିଶା ସମାଚାର)-ସନାତନ ଧର୍ମ ସୃଷ୍ଟିର ସର୍ବ ପୁରାତନ ତଥା ଏକମାତ୍ର ଧର୍ମ । ସନାତନ ସଂସ୍କୃତି ବସୁଧୈବ କୁଟୁମ୍ବକଂର ବାର୍ତର୍ା ଦେଇଥାଏ । ସମଗ୍ର ବିଶ୍ୱର ମଙ୍ଗଳ କାମନା ତଥା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନାଦି କାଳରୁ ଏହି ଧର୍ମ ଚେଷ୍ଟା କରି ଆସିଛି ଓ ଦେଶ ମାତୃକାକୁ ନିଜର ମାଆ ବୋଲି ସମ୍ବୋଧନ କରିଆସିଛି । ହିନ୍ଦୁ ସଂସ୍କୃତି କେବଳ ଦେବୀ ବା ଦେବତା ନୁହେଁ, ମାନବ, ବୃକ୍ଷଲତା ଏପରିକି ଜଡ଼ ବସ୍ତୁରେ ମଧ୍ୟ ଭଗବତ ସତାର ଅନୁଭବ କରିଥାଏ । ତେଣୁ ଏହି ମହାନ ସଂସ୍କୃତିକୁ ବଜାୟ ରଖି ସୁରକ୍ଷା ପ୍ରଦାନ କରିବାକୁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ।

ଏଥିସହିତ ସୁସଂଗଠିତ ହୋଇ ଭାରତ ଗୌରବର ବିଜୟ ବାନାକୁ ସମଗ୍ର ବିଶ୍ୱରେ ଉଡାଇବା ଉଚିତ ବୋଲି ତରାପୁରଗ୍ରାମର ମା’ଶାରଳାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡ଼ା ବ୍ଲକ ଅଧିନ ଜମଧର ମଣ୍ଡଳର ଜମଧର, ଭାଗବତପୁର ଓ ଚକ୍ରୋଡା ଗ୍ରାମପଂଚାୟତର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ସ୍ଥାନୀୟ ତରାପୁରସ୍ଥିତ ମା’ଶାରଳାଙ୍କ ମନ୍ଦିର ସମ୍ମୁଖ ପଡିଆରେ ସଂଯୋଜକ ଡେରାବିଶ ଖଣ୍ଡର ସଂଘଚାଳକ ଅବସରପ୍ରାପ୍ତ ଏସପି ନାରାୟଣ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀରେ ଅତିଥି ରୂପେ ପଟ୍ଟାମୁଣ୍ଡାଇ ରାଧାରମଣ ମଠର ମହନ୍ତ ଅସୀମାନନ୍ଦ ସରସ୍ୱତୀ, ଦୈନିକ ଶ୍ରୁତିର ସମ୍ପାଦକ ସର୍ବେଶ୍ୱର ମିଶ୍ର, ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଶ୍ୱରଞ୍ଜନ ମିଶ୍ର ଓ ଗ୍ରାମବିକାଶ ଜିଲା ସଂଯୋଜକ ଜଗବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇ ଭାରତୀୟ ହିନ୍ଦୁ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିସହିତ ଏକ ସୁସ୍ଥ ହିନ୍ଦୁ ସମାଜ ଗଠନରେ ସାମାଜିକ ସରସତା ସ୍ଥାପନ ପାଇଁ ପ୍ରତ୍ୟେକ ହିନ୍ଦୁମାନଙ୍କ ମଧ୍ୟରେ ଥିବା ଉଚ୍ଚନୀଚ୍ଚ ଭେଦଭାବକୁ ଦୂର କରିବାକୁ ପଡିବ ବୋଲି କହିଥିଲେ । ଏହାସହିତ ଦେଶକୁ ଏକ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଗଠନ କରି ପ୍ରତ୍ୟେକ ହିନ୍ଦୁମାନଙ୍କୁ ସଂଗଠିତ କରିବାର ଆବଶ୍ୟକତା ତଥା ହିନ୍ଦୁତ୍ୱ ଓ ସନାତନ ଧର୍ମ ଏବଂ ସଂସ୍କୃତିର ସୁରକ୍ଷା ପ୍ରତି ଆସୁଥିବା ଆହ୍ୱାନକୁ ସାମନା କରିବାକୁ ସମସ୍ତେ ଏକାଠି ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗିତାଞ୍ଜଳୀ ସେଠୀ, ଉପୀନ କୁମାର ରାଉତ, ଡ. ନାରାୟଣ ପତି ପ୍ରମୁଖ ଉପସ୍ଥିତ ଥିଲେ । ଗଣେଶ୍ୱର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଡ. ମୁରଲୀଧର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାବାଜି ଚରଣ ବେହେରା, ସଞ୍ଜୟ ମଲ୍ଲିକ, ସୁମନ୍ତ କୁମାର ବାରିକ, ବିଜୟ ନାୟକ, ଅନନ୍ତ ଚରଣ ମହାରଣା, ଶରତ ସେଠୀ, ତପନ ମହାନ୍ତି, ବସନ୍ତ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *