ଲକ୍ଷ୍ମୀପୁର ୨୮/୦୭/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଲକ୍ଷ୍ମୀପୁର ବ୍ଲକ୍ ଚମ୍ପି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ମଞ୍ଜି ପ୍ରାସ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ ହେଲେ ମାତ୍ର ତିନଟି ଅଭିଯୋଗ ହୋଇଥିବା ଜଣା ପଡିଛି।
ଏହି ଶିବିରରେ ଭାରପ୍ରାପ୍ତ ଜିପିଓ ପ୍ରଫୁଲ୍ଲ ସାହୁ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭବତୋଷ ସ୍ୱାଇଁ ଓ ଦାମଦର କନ୍ଦପାନ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଏହି ଶିବିରରେ ଅଙ୍ଗନବାଡି କର୍ମୀ,ଏମ୍ବିକେ ଓ ସିଆରପି ମହିଳା ମହିଳା, ୱାର୍ଡ ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ଥିବା ବେଳେ ଶିଶୁ କଲ୍ୟାଣ ବିଭାଗ,ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ଷୁଦ୍ର ଜଳ ସେଚନ ବିଭାଗକୁ ଛାଡି ଦେଲେ ଅନ୍ୟ କୌଣସି ବିଭାଗର ଦେଖା ନଥିଲା।ଏଥିରେ ଅନ୍ୟ କୌଣସି ବିଭାଗର ଅଧିକାରୀ ଯୋଗ ଦେଉନଥିବାରୁ ମାତ୍ର ତିନଟି ଅଭିଯୋଗ ହୋଇଥିଲା।
ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୀବ ବିଡିକା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଡିଓ କୃପାଲିନି ମହାନନ୍ଦିଆ,ବିପିନ ଚେଟି ସହଯୋଗ କରିଥିଲେ।ପ୍ରତ୍ୟେକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବ୍ଲକରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ଅଧିକାରୀ ଯୋଗ ଦେବା କଥା ହେଲେ ଏଥି ପ୍ରତି କେହିବି ଗୁରୁତ୍ୱ ଦେଉ ନଥିବା ଦେଖିବାକୁ ମିଳିଥିବା ବେଳେ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଏଇ ଭଳି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଅଭିଯୋଗ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
