ଭୁବନ ଏନ୍ଏସି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ 

 ଭୁବନ ୧୪/୮/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସି ପକ୍ଷରୁ ଆଜି ୭୮ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବ । ଜନସାଧାରଣ ଙ୍କ ମନରେ ଦେଶ ପ୍ରେମର ପ୍ରତୀକ ଓ ଜାତୀୟତାବୋଧ ଜାଗ୍ରତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଙ୍କ ଏହି ପ୍ରୟାସ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଏନ୍ଏସି ପକ୍ଷରୁ ଆଜି ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସିଟି ମ୍ୟାନେଜର ଶ୍ରୀ ଜାନକୀ ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ । ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ କାଉନ୍ ସିଲର, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଗୋଷ୍ଠୀ ସଂଗଠିକା ଦୀପାଳୀ ସାମନ୍ତ, ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ସ୍ଵଚ୍ଛ ସାଥୀ, ଓ ପରିଷଦ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତ୍ରିରଙ୍ଗା ଶୋଭାଯାତ୍ରା ବାଜିରାଉତ କଲ୍ୟାଣ ମଣ୍ଡପ ରୁ ବାହାରି ସହର ପରିକ୍ରମା କରିଥିଲା ।

Leave a Reply

Your email address will not be published. Required fields are marked *