କଟକ, ୧୨/୮/୨୦୨୪ (ଓଡ଼ିଶା ସମାଚାର)-ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ ଧୂଳେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ଆଡଭୋକେଟ କେଶବ ଚନ୍ଦ୍ର କର ବୈଠକରେ ସଭାପତିତ୍ବ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ପତି ପୂର୍ବ ସଭାର ବିବରଣୀ ପାଠ କରିଥିଲେ ଓ ତାହା ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସମର୍ଥନ ପାଇ ଦୃଢ଼ୀକରଣ ହୋଇଥିଲା। ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ଚଳିତ ବର୍ଷ ଅନୁଷ୍ଠିତ ହୋଇ ଯାଇଥିବା ମେଧା ଓ ପ୍ରତିଭା ସମ୍ମାନ ଉତ୍ସବର ଆୟବ୍ୟୟ ସାରଣୀ ସଭାରେ ଉପସ୍ଥାପନା କରିଥିଲେ। ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ ସୂଚାରୁ ରୁପେ ଅନୁଷ୍ଠିତ ହୋଇଯାଇଥିବାରୁ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ସଭାପତି ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ। ଅଧ୍ୟାପକ ଗଣେଶ୍ୱର ଦାଶ ଆଜିର ବୈଠକରେ ଧୂଳେଶ୍ଵର ଗ୍ରାମବାସୀଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଗୌତମ ଚରଣ ପରିଡ଼ା,ପ୍ରାଧ୍ୟାପକ ଡଃ ସେକ କଲିମୁଲ୍ଲା,ସୁଜନ କୁମାର ରାଉତ, ଭଜକୃଷ୍ଣ ଲେଙ୍କା,ନିକୁଞ୍ଜ କୁମାର ସ୍ବାଇଁ,ପ୍ରସନ୍ନ କୁମାର ଦଳାଇ,ସ୍ବାଧୀନ ଶେଖର ଷଡ଼ଙ୍ଗୀ,ଧୀରେନ୍ଦ୍ର ନାଥ ବେହେରା,କୃଷ୍ଣଚନ୍ଦ୍ର ଦାଶ,ସୁଶାନ୍ତ କୁମାର ମହାନ୍ତି,ସୁଶାନ୍ତ କୁମାର ନାୟକ, ଅଶୋକ କୁମାର ମହାନ୍ତି,ବୁଲେଇ ବେହେରା,ବିଜୟ କୁମାର ଦାସ,ତ୍ରିଲୋଚନ ଦଳାଇ,ତ୍ରିଲୋଚନ ସ୍ବାଇଁ,ବିଶ୍ୱଜିତ୍ ପାଣି,ସୃତିଧର୍ ପତି,ହେମନ୍ତ କୁମାର ପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ,ଜଗନ୍ନାଥ ନାୟକ,ଜଗନ୍ନାଥ ସ୍ବାଇଁ, ଅଶୋକ କୁମାର ତ୍ରିପାଠୀ,ରବୀନ୍ଦ୍ର କୁମାର ଦେବତା,ବସନ୍ତ କୁମାର ଦେବତା,ଗୋଲଖ ବିହାରୀ ପତି,ଦୀନବନ୍ଧୁ ସାମଲ,ସନ୍ତୋଷ କୁମାର ସ୍ବାଇଁ,ଶୁକଦେବ ମହାରଣା,ସୁବାସ ଚନ୍ଦ୍ର ସାହୁ, ସୁଶ୍ରୀ ସ୍ମୃତି ମହାନ୍ତି, ସ୍ବାର୍ଥ ମୁକ୍ତି ସେଠୀ,ବିଶ୍ୱଜିତ୍ ପତି,ଚନ୍ଦନ ପ୍ରଧାନ,ଶରତ ଚନ୍ଦ୍ର ଦାସ ଓ ଭାଗ୍ୟଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
୪୨ ମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ
