ବ୍ରହ୍ମପୁର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)-ବ୍ରହ୍ମପୁର ସହରର ପ୍ରତିଷ୍ଠିତ ଆଧ୍ୟାତ୍ମିକ ଓ ସେବା ଅନୁଷ୍ଠାନ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ। ଏହାର ପ୍ରତିଷ୍ଠାତା ପୂଜ୍ୟ ଶ୍ରୀକ୍ରୀଷ୍ଣା ଭାୟାଜୀ।ଏହି ଅନୁଷ୍ଠାନ ଭାରତର ସଂସ୍କୃତି ଓ ଧର୍ମ ର ରକ୍ଷା ନିମନ୍ତେ ଅହରହ ଚେଷ୍ଟାରତ। ପୂଜ୍ୟ ଗୁରୁଦେବ ଶ୍ରୀକ୍ରୀଷ୍ଣା ଭାୟାଜୀ ଧର୍ମର ରକ୍ଷା ନିମନ୍ତେ ଦେଶର କୋଣ ଅନୁକୋଣରେ ଧର୍ମ ସଭା ଠାରୁ ଆରମ୍ଭ କରି ହୋମ ଯଜ୍ଞ ଆଦି ମାନ କରି ସନ୍ଥ ସମାଜ ରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରାଇ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ପ୍ରଶଂସିତ। ଏହି ସଂସ୍ଥା କେବଳ ଭାଗବତ ଚର୍ଚ୍ଚା ଓ ଅନୁଷ୍ଠାନ ମଧ୍ୟରେ ସିମିତ ନରହି। ସ୍ବାସ୍ଥ୍ୟ ସେବା ଶିବିର, ରକ୍ତଦାନ ଶିବିର, ଅନ୍ନ ଯଜ୍ଞ ସହ ବିଭିନ୍ନ ସେବା କାର୍ଯ୍ୟ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ। 
ସମାନ ଭାବରେ ୭୭ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠାନ ତରଫରୁ ପୂଜ୍ୟ ଗୁରୁଦେବଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା। ରାମଚନ୍ଦ୍ରପୁର ଠାରେ ଥିବା ବିଶ୍ଵ ନିକେତନ ଜରା ନିବାସ, ଆମ୍ବପୁଆ ସ୍ଥିତ ମୁକ ବଧିର ଦୃଷ୍ଟିହୀନ ବିଦ୍ୟାଳୟ,ଖାଲାସି ସାହିରେ ଥିବା ଅନାଥାଶ୍ରମ, ଅନ୍ଧପସରା ରୋଡ ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟ, ଆମ୍ବଗଡ ସ୍ଥିତ ଓମ୍ ଜରା ନିବାସ ଓ ଡାଇମଣ୍ଡ ଟେଙ୍କ ରୋଡ ସହ ହରିଡ଼ାଖଣ୍ଡି ଠାରେ ଥିବା ବେଦପାଠ ଶାଳର ଶିକ୍ଷାର୍ଥୀ ମାନଙ୍କୁ ଫଳ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ସନ୍ତୋଷ ମହାନ୍ତି, ଦ୍ଵାରିକା ମହାନ୍ତି, ସମୀର ମହାନ୍ତି, ଗଣେଶ ପ୍ରଧାନ, ଅନିଲ କୁମାର ଚୈ।ଧୁରୀ, ଦୀପକ ପାଣିଗ୍ରାହୀ,ତପନ ମହାପାତ୍ର,ଚନ୍ଦନ ସାହୁ,କୋକନ୍ ପଣ୍ଡା, ସଂଗୀତା ମହାନ୍ତି,ଅଞ୍ଜନା ମହାନ୍ତି,ଶର୍ମିଲା ସାହୁ ଓ ପୁଷ୍ପାଞ୍ଜଳି ପ୍ରଧାନଙ୍କ ସମେତ ସଂସ୍ଥାନର ବହୁ ଗୁରୁ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ।
