କଟକ, ୧୨/୮/୨୦୨୪ (ଓଡ଼ିଶା ସମାଚାର)-ସମାଜସେବୀ ମୋହନ ମହାରଣା ଆମ ଗର୍ବ ଓ ଗୌରବ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମରେ ତାଙ୍କ ଜନ୍ମ । ବୃତ୍ତିରେ ଜଣେ ଯନ୍ତ୍ରୀ ନିଶା ହେଉଛି ସମାଜସେବା । ସେ ମାନସିକ ବିକୃତି ବା ପାଗଳଙ୍କୁ ଉଦ୍ଧାର କରି ସେମାନଙ୍କ ସେବା କରନ୍ତି । ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କ ସେବା କରିଛନ୍ତି । ପଶୁପକ୍ଷୀଙ୍କ ସେବା ମଧ୍ୟ କରନ୍ତି ।
ସେ ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥଙ୍କ ଚେତନାରେ ସମର୍ପିତ । ଆମ ରାଜ୍ୟ ଏବଂ ପ୍ରବାସରେ ସେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଜଣେ ଗବେଷକ । ଆଜିର ସମାଜ ପାଇଁ ତାଙ୍କ ବାର୍ତା ରହିଛି ନୋ ଟୁ ହାଲୋ ଜୟ ଜଗନ୍ନାଥ ବୋଲୋ । ସେ ଇଣ୍ଟରର୍ନେଶନାଲ ହ୍ୟୁମ୍ୟାନ ରାଇଟ୍ସ ସୋସିଆଲ ଜଷ୍ଟିସ କାଉନସିଲର ରାଜ୍ୟ ସଭାପତି, ମଦର ଟେରେସା ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦନ । ବହୁ ସ୍କୁଲରେ ମାଇଁ ଟ୍ରି ମାଇଁ ସ୍କୁଲ ଭଳି ଆୱାରନେସ୍ କାର୍ଯ୍ୟକ୍ରମ,ଫୋକସ ଲେପର୍ସି କ୍ୟାମ୍ପ କାର୍ଯ୍ୟକ୍ରମ,ୱାନ୍ ଟ୍ରୀ ୱାନ୍ ସିଡ୍ ଆଦି ଜନଜାଗରଣ ସୃଷ୍ଟି କରିଛନ୍ତି । ମୋହନଙ୍କ ସେବା, ଆଦର୍ଶ,ମଣିଷ ପଣିଆ ଜାତିର ସ୍ୱାଭିମାନ ।ରକ୍ତଦାନ,ସ୍ବାସ୍ଥ୍ୟସେବା ଶିବିର, ବୃକ୍ଷ ରୋପଣ,ଆଶ୍ରମ ସେବା,ଅସହାୟ ମଣିଷଙ୍କ ସେବା,ଖାଦ୍ୟ ବସ୍ତ୍ର ବଣ୍ଟନ ଆଦି ପ୍ରଦାନ କରନ୍ତି ।
ଆଦର୍ଶ ଓ ସୋଭନୀୟତାର ପ୍ରତୀକ ମୋହନ ମହାରଣା
