ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୨୯/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ୟ୍ୟକାଳ ଆସନ୍ତା ଡ଼ିସେମ୍ବର ୩୧ ତାରିଖରେ ଶେଷ ହେବାକୁ ଥିବାବେଳେ ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ସେ ୨୦୨୪ ଜୁନ୍ ୩୦ ପର୍ୟ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦବିରେ ରହିବେ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନାଙ୍କ କାର୍ୟ୍ୟକାଳ ସରିବାକୁ ଯାଉଥିବା ବେଳେ ରାଜ୍ୟରେ କିଏ ନୂଆ ମୁଖ୍ୟ ଶାସନ ସଚିବ ହେବେ ସେନେଇ ଚର୍ଚ୍ଚା ହେଉଥିଲା। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ୟ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି।

Leave a Reply

Your email address will not be published. Required fields are marked *