ରାଜଧାନୀ ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବେ

  ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ନୂଆପଡ଼ା ଠାରେ  ଓ ଉପମୁଖ୍ୟମନ୍ତ୍ରୀ ଶ୍ରମତୀ ପ୍ରଭାତୀ ପରିଡ଼ା କଟକ ଠାରେ ଜାତୀୟ ପତାକା ଉତୋଳନ  କରିବେ

ଭୁବନେଶ୍ୱର,୧୧/୮/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଗାମୀ ଅଗଷ୍ଟ ୧୫ ତାରିଖ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ୱର ରେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବେ । ସେହିପରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ନୂଆପଡ଼ା ଠାରେ ଜିଲା ସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବେ ।  ଉପମୁଖ୍ୟମନ୍ତ୍ରୀ ଶ୍ରମତୀ ପ୍ରଭାତୀ ପରିଡ଼ା କଟକ ଠାରେ, ରାଜସ୍ମ ମନ୍ତ୍ରୀ ସୁରେଶ ପୁଜାରୀ କଳାହାଣ୍ଡି ଠାରେ , ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ  ସୁନ୍ଦରଗଡ଼ ଠାରେ ,ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୋରାପୁଟ ଠାରେ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନବରଙ୍ଗପୁର ଠାରେ , ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଂଜାମ ରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଠାରେ ,ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଗଜପତି ଠାରେ ,ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବାଲେଶ୍ୱର ଠାରେ ,ଜଙ୍ଗଲ ଓ ପରିବେଶ, ଶ୍ରମ ମନ୍ତ୍ରୀ ଗଣେଷରାମ ସିଂ ଖୁଂଟିଆ ବଲାଙ୍ଗିର ଠାରେ ,ଉଚ୍ଚ ଶିକ୍ଷା ଓ କ୍ରୀଡ଼ା  ମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜ ମାଲକାନାଗିରୀ ଠାରେ ,ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦା ଠାରେ ,ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ କନ୍ଧମାଳ ଠାରେ ,ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ରାୟଗଡ଼ା ଠାରେ ଜାତୀୟ ପତାକା ଉତୋଳନ କରି ସମୁହ ପ୍ୟାରେଡ଼୍ ରେ ଅଭିବାଦନ ଗ୍ରହଣ କରିବେ । ସେହିପରି ପୁରୀ, ସମ୍ବଲପୁର , କେନ୍ଦୁଝର, ଅନୁଗୁଳ,ଜଗତସିଂହପୁର, ଝାରସୁଗୁଡ଼ା,ମୟୁରଭଂଜ, ସୋନପୁର,ଢ଼େଙ୍କାନାଳ, ବ୍ରହ୍ମପୁର ,ରାଉରକେଲା,ଭଦ୍ରକ,ବୈଦ୍ଧ,ଦେଓଗଡ଼, ଯାଜପୁର,କେନ୍ଦ୍ରାପଡ଼ା ଓ ନୟାଗଡ଼ ଠାରେ ସମ୍ପୃକ୍ତ ଜିଲାର ଜିଲାପାଳମାନେ ଜାତୀୟ ପତାକା ଉତୋଳନ କରିବେ ।

Leave a Reply

Your email address will not be published. Required fields are marked *