ଅମଲା ଙ୍କ ଧର୍ମଘଟ ୧୦ ଦିନରେ, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ, ଲୋକେ ଦୁର୍ଦ୍ଦଶାରେ

କଟକ ସଦର,୨୦/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଭିନ୍ନ ମୌଳିକ ଦାବି ନେଇ ରାଜସ୍ୱ ଅମଲା ମାନେ ଚଳାଇଥିବା ଧର୍ମଘଟ ଧାରଣାକୁ ୧୦ ଦିନ ବିତିଯାଇଥିଲେ ବି ସରକାର ଏଥିପ୍ରତି ଦୃଷ୍ଟି ନଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଅମଲା ସଂଘକୁ ସରକାର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଧମକ ଦେଇଥିବା ବେଳେ ସଂଘ କିନ୍ତୁ ନଛୋଡଵନ୍ଧା ପନ୍ଥା ଆପଣେଇଛି। ଯେଉଁଥିପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଲକ ଓ ତହସିଲରେ ଅମଲା ଅନୁପସ୍ଥିତି ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଛି।

ଲୋକେ ବିଭିନ୍ନ କାମ ପାଇଁ କାର୍ଯ୍ୟାଳୟ କୁ ଯାଇ ନିରାଶରେ ଫେରୁଥିବା ରୁ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡିଛି। କଟକ ଜିଲ୍ଲା ସଦର ମହକୁମା, ସାଲେପୁର, ଆଠଗଡ଼, ବାଙ୍କୀ ପ୍ରଭୃତି ସ୍ଥାନରେ ଅମଲା ମାନେ ଧାରଣାରେ ବସିଥିବା ଜଣାପଡିଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଲୋକମାନଙ୍କ ସମସ୍ୟା ଦୁଇଗୁଣିତ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *