ତୁରନ୍ତ ମାସିକ ପାରିଶ୍ରମିକ ୨ହଜାର ଟଙ୍କା ବୃଦ୍ଧି ଓ ପେନସନ ପାଇଁ ନୂତନ ସରକାରଙ୍କ ନିକଟରେ ଦାବି
କେନ୍ଦ୍ରାପଡା, ୧୧/୮/୨୦୨୪ (ଓଡ଼ିଶା ସମାଚାର)- ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଗୋପ ଠାରେ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ ସଂଘର ଜିଲା ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ରାଜ୍ୟ ଉପସଭାପତି ସାଥି ରାଜକିଶୋର ସାମଲ, ରାଜ୍ୟ କୋଷାଧ୍ୟକ୍ଷ ସାଥି କାଂଚନବାଳା ରାଉତ, ଏଆଇଟିୟୁସି ରାଜ୍ୟ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପାଚିକା ମାନେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରି ଦେଶର ଭବିଷ୍ୟତ ବଂଶଧରମାନଙ୍କୁ ତିଆରି କରୁଥିବା ବେଳେ ଦରଦାମ ବୃଦ୍ଧି ଦୁନିଆରେ ମାସକୁ ପାରିଶ୍ରମିକ ମାତ୍ର ୨ହଜାର ଟଙ୍କା, ପେନସନ ନାହିଁ, ଦେହ ଖରାପ ହେଲେ ଛୁଟି ନାହିଁ କି ବର୍ଷକୁ ୧୨ମାସର ପାରିଶ୍ରମିକ ନାହିଁ । ଏଣୁ ନୂତନ ସରକାର ତୁରନ୍ତ ତାଙ୍କର ନାଯ୍ୟ ଦାବିକୁ ମାନିବାକୁ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲା ସମ୍ପାଦିକା ସାଥି ସୈାଭାଗିନୀ ପତି, କାର୍ଯ୍ୟକାରୀ ସଭାପତି ସାଥି ଗଜେନ୍ଦ୍ର ନାୟକ, ଡେରାବିଶ ବ୍ଲକ ସମ୍ପାଦିକା ସାଥି ପ୍ରତିମା ପାତ୍ର, ମହାକାଳପଡା ବ୍ଲକ ସମ୍ପାଦିକା ସାଥି ପ୍ରତିମା ମଳିକ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ସାଥି ଜୟନ୍ତୀ ନାୟକ, କେନ୍ଦ୍ରାପଡା ବ୍ଲକ ନେତା ସାଥି ଶ୍ୟାମସୁନ୍ଦର ବିଶ୍ୱାଳ, ଏଆଇଟିୟୁସି ନେତା ସାଥି ନିରଞ୍ଜନ ଦାଶ, ସାଥି ଭାଗ୍ୟବତୀ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆସନ୍ତା ସେପ୍ଟେମ୍ବରମାସରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ କେନ୍ଦ୍ରାପଡା ଜିଲାରୁ ୨୦ଜଣ ପ୍ରତିନିଧି ଯୋଗଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଚଳିତ ମାସ ଶେଷ ସୁଧା ଜିଲାର ପ୍ରତି ବ୍ଲ୍ଲକରେ ବୈଠକ କରାଯିବାକୁ ସମୟ ନିର୍ଘଂଟ ଧାର୍ଯ୍ୟ କରାଯାଇଛି ।
ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ଜିଲା କମିଟି ବୈଠକ
