ହସ୍ତୀ ବାହିନୀ ମନ୍ଦିର ବିବାଦ: ପୂଜାର୍ଚ୍ଚନା ଓ ନୀତି କାନ୍ତି ରେ ବାଧା ନଉପୁଜାଇଵାକୁ ଏଣ୍ଡାମେଣ୍ଟ କମିଶନର ଙ୍କ ନିର୍ଦେଶ

କଟକ ସଦର,୩/୮/୨୦୨୪ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତ ଡିହସାହି ଠାରେ ଥିବା ପ୍ରସିଦ୍ଧ ହସ୍ତୀ ବାହିନୀ ମନ୍ଦିର କୁ ନେଇ ସେବାୟତ ଓ‌ ଟ୍ରଷ୍ଟ ବୋର୍ଡ କୁ ବିବାଦ ବନେଇବାରେ ଲାଗିଛି। ଏଥିପାଇଁ ଟ୍ରଷ୍ଟ ବୋର୍ଡ ଗଠନ ସଂପୂର୍ଣ୍ଣ ଅନିୟମିତତା ମଧ୍ୟରେ ହୋଇଥିବା ଦର୍ଶାଇ ସେଵାୟତ ରଣା ପରିବାରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନ୍ୟାନ୍ୟ ଅଭିଯୋଗରେ କମିଶନରେଟ କନ୍ଦରପୁର ଥାନାରେ ମାମଲା କରାଯାଇଛି।ଏହି ପରିପ୍ରେକ୍ଷୀରେ ମନ୍ଦିରରେ ସେବାୟତ ମାନେ ପୁରୁଷାନୁକ୍ରମେ କରୁଥିବା ସେବାପୂଜା ଓ ନୀତି କାନ୍ତି ରେ କେହି ବାଧା ନଉପୁଜାଇଵାକୁ ଏଣ୍ଡାମେଣ୍ଟ କମିଶନର ନିର୍ଦ୍ଦେଶାନାମା ଜାରି କରିଥିବା ଜଣାପଡିଛି। ଏଥିପାଇଁ କନ୍ଦରପୁର ଥାନାଧିକାରୀ ଉକ୍ତ ମନ୍ଦିର ଉପରେ ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଟ୍ରଷ୍ଟ ବୋର୍ଡ ଗଠନରେ ସେବାୟତ ପରିବାରର ଜଣଙ୍କୁ ହେଲେ ସଭ୍ୟ ରଖାନଯିଵା ଏଵଂ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ ନୀତି ନିୟମ କୁ ଉଲଂଘନ କରାଯାଇଥିବା ସେବାୟତ ପରିବାର ଅଭିଯୋଗ କରୁଛନ୍ତି। ମନ୍ଦିର ର ଐତିହ୍ୟ ଓ ଗାରିମା ନଷ୍ଟ ହେବା ପ୍ରଶାସନିକ ସ୍ତରରେ ବିବାଦର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *