ସାଲେପୁର ୨/୮/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ପାଣି ଭାର ନେଇ ଯାଉଥିବା ସମୟରେ ଚାଲିଗଲା କାଉଡିଆ ଭକ୍ତ ଙ୍କ ଜୀବନ ।ସୂଚନା ମୁତାବକ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବରକନ୍ଧା ଗ୍ରାମର ଚନ୍ଦ୍ରଶେଖର ବୋଲବମ୍ ସଂଘ ର କିଛି ସଦସ୍ୟ କଟକ ଗଡ଼ଗଡ଼ିଘାଟରୁ ପାଣି ଆଣି ଆସିବା ବାଟରେ ଜଣେ ଭକ୍ତ ସାଲେପୁର ବିଶେଶ୍ୱର ଶିବ ମନ୍ଦିରର ନିକଟ ରାସ୍ତାରେ ହଠାତ ଆସୁସ୍ଥ ହୋଇପଡିଥିଲେ । ସ୍ଥାନୀୟ ଲୋକ ଓ ତାଙ୍କ ସାଥିଙ୍କ ସହାୟତାରେ ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ମହାକାଳପଡ଼ାର ବୁଲୁ ବାରିକ । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତକରୁଛି ।