ଭତ୍ତା ଚୟନରେ ଅନିୟମିତତା , ପ୍ରତିବାଦ ଫଳରେ ଭତ୍ତା ପ୍ରଦାନ ସ୍ଥଗିତ 

କଟକ ସଦର, ୨୭ /୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାକୁ ଅପେକ୍ଷା କରି ରହିଥିବା ବେଳେ ଥିଲାଵାଲା ଅଯୋଗ୍ୟ ହିତାଧୀକାରୀ ଚଞ୍ଚକତା କରି ଭତ୍ତା ହାତେଇ ନେବାକୁ ଯାଉଥିବା ବେଳେ ଆୟତପୁର ସରପଂଚ ଙ୍କ ପ୍ରତିବାଦ ଫଳରେ ଏହାକୁ ସ୍ଥଗିତ ରଖାଯାଇଥିଵା ଖଵର ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।

ପ୍ରକାଶ ଯେ ଆୟତପୁର ପଞ୍ଚାୟତର ପୂର୍ବତନ ସରପଂଚ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ସ୍ୱ।ମୀ ନିମାଇଁ ମହାପାତ୍ର ଭତ୍ତା ପାଇଁ ଆଵେଦନ କରି ଯୋଗ୍ୟ ବିବେଚିତ ହୋଇ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଠାରୁ ଭତ୍ତା ଗ୍ରହଣ କରିବାକୁ ଯାଇଥିଲେ। ଆବେଦନକାରୀ ଜଣେ ପ୍ରତିଷ୍ଠିତ ଠିକାଦାର,ବହୁ ଜମିର ମାଲିକ ଏଵଂ ସ୍ତ୍ରୀ ଜଣେ ପେନସନ ଗ୍ରହିତା ହୋଇଥିବା ଦର୍ଶାଇ ବର୍ତମାନ ର ସରପଂଚ ରାକେଶ ବେହେରା ଏହାର ପ୍ରତିବାଦ କରିବାରୁ ଶେଷ ମୂହୁର୍ତ୍ତ ରେ ତାଙ୍କ ର ଭତ୍ତା କୁ ତଦନ୍ତ ରିପୋର୍ଟ ଆସିଵା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଜଣାପଡିଛି।

ଆବେଦନକାରୀ ତାଙ୍କ ସ୍ତ୍ରୀ ସରପଂଚ ଥିବା ସମୟରେ ଆବେଦନ ନକରି ଏଵେ ୭୪ ବର୍ଷ  ବୟସରେ ଆବେଦନ କରିବାର ମାନେ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ରାଜସ୍ୱ ନିରୀକ୍ଷକ ମାନେ  ଭତ୍ତା ଆବେଦନ କାରୀଙ୍କୁ ସରକାର ଙ୍କ ମାର୍ଗ ଦର୍ଶିକା କୁ ଉଲଂଘନ କରି ରିପୋର୍ଟ ଦେଉଥିବା କେଉଁ ସ୍ୱ।ର୍ଥରେ ବୋଲି ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ପ୍ରକୃତ ହିତାଧିକାରୀ ଭତ୍ତା ରୁ ବଞ୍ଚିତ ହେବା ସହିତ ଥିଲା ଵାଲା ମାନେ ଚଞ୍ଚକତା କରି ଭତ୍ତା ହାତେଇ ନେବାକୁ ସକ୍ଷମ ହେବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *