ଓଡ଼ିଶା ସରୀସୃପ ମହାସଂଘ ଓ ଓଡ଼ିଶା ଅଣଗେଜେଟେଡ଼ ବନସେବା ସଂଘ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର,୧୮/୭/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ସରୀସୃପ ଉଦ୍ଧାରକାରୀ ମହାସଂଘ ଏବଂ ଓଡ଼ିଶା ଅଣ ଗେଜେଟେଡ଼ ବନସେବା ସଂଘର ମିଳିତ ଆନୁକୂଲ୍ୟରେ ମଂଚେଶ୍ୱର ଅଂଚଳର କୁଆଖାଇ ନଦୀପଠାରେ ୧୦୦ରୁ ଉଦ୍ଧ୍ୱର୍ ତାଳଗଛ ରୋପଣ କରାଯାଇଅଛି । ଯାହାଫଳରେ ଭବିଷ୍ୟତରେ ‘ଘଡ଼ଘଡ଼ି’ରୁ ମୁକୁଳିପାରିବ । ଆଗାମୀ ଦିନରେ ଉଭୟ ମହାସଂଘ ପକ୍ଷରୁ ୧୦୦୦ ତାଳଗଛ ରୋପଣ କରିବାକୁ ନିଷ୍ପତି ନିଆଯାଇଛି ।
ଓଡ଼ିଶା ସରୀସୃପ ଉଦ୍ଧାରକାରୀ ମହାସଂଘର ଉପଦେଷ୍ଟା ମହେନ୍ଦ୍ର ପରିଡ଼ା, ସଭାପତି ପଂଚାନନ ସେଠି, ଉପସଭାପତି ସଂଗ୍ରାମ କେଶରୀ ଦାସ, ସମ୍ପାଦକ ଜ୍ଞାନଲୋକ ଗିରି, ସହ ସମ୍ପାଦକ କାହ୍ନୁଚରଣ ବାରିକ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଦାସ, ବ୍ରଜକିଶୋର ସାହୁ ଓ ରଣଜିତ ଓଝା ଉପସ୍ଥିତ ଥିଲାବେଳେ ଓଡ଼ିଶା ଅଣଗେଜେଟେଡ଼ ବନସେବା ସଂଘର ସଭାପତି ଜଗବନ୍ଧୁ ପାତ୍ର, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ କୋଷାଧ୍ୟକ୍ଷ କମଳାକାନ୍ତ ଶ୍ରୀଚନ୍ଦନ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *