ଭୁବନେଶ୍ୱର, ୨/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୪ ମସିହା ଜୁଲାଇ ମାସରେ ଓଡ଼ିଶାର ରାଜ୍ୟ ଜିଏସ୍ଟି (ରାଜ୍ୟ ଜିଏସ୍ଟି ଣ୍ଟ ସମନ୍ୱିତ ଜିଏସ୍ଟି ଫଇସଲା) ବାବଦକୁ ସଂଗ୍ରହ ପରିମାଣ ୨୦୩୫.୧୮ କୋଟି ଟଙ୍କା ହୋଇଥିବାବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ପରିମାଣ ଥିଲା ୧୬୨୮.୪୩ କୋଟି ଟଙ୍କା । ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ରହିଛି ୨୪.୯୮ ପ୍ରତିଶତ । ପୁନଃ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟ ଜିଏସ୍ଟି ସଂଗ୍ରହ ପରିମାଣ ୮୮୬୬.୯୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷ ୨୦୨୩ ଜୁଲାଇ ମାସ ପର୍ଯ୍ୟନ୍ତ ଥିଲା ୭୦୫୫.୫୩ କୋଟି । ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ରହିଛି ୨୫.୬୭ ପ୍ରତିଶତ ।
ସେହିପରି ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାର ମୋଟ ଜିଏସ୍ଟି (କେନ୍ଦ୍ରୀୟ ଜିଏସ୍ଟି, ରାଜ୍ୟ ଜିଏସ୍ଟି, ସମନ୍ୱିତ ଜିଏସ୍ଟି ଓ ସେସ୍) ସଂଗ୍ରହ ପରିମାଣ ୪୯୨୫.୦୨ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୩ ମସିହା ଜୁଲାଇ ମାସରେ ଏହି ପରିମାଣ ଥିଲା ୪୨୪୫.୪୦ କୋଟି ଟଙ୍କା । ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ରହିଛି ୧୬.୦୧ ପ୍ରତିଶତ । ପୁନଃ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଓଡ଼ିଶାର ମୋଟ ଜିଏସ୍ଟି ସଂଗ୍ରହ ପରିମାଣ ୨୦୮୪୧.୩୩ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷ ୨୦୨୩ ଜୁଲାଇ ମାସ ପର୍ଯ୍ୟନ୍ତ ଥିଲା ୧୮୦୫୮.୮୪ କୋଟି । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୫.୪୧ ପ୍ରତିଶତ ।
ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି କମିଶନରେଟ୍ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା: ରାଜ୍ୟ ଜିଏସ୍ଟି/ସମନ୍ୱିତ ଜିଏସ୍ଟି ଫଇସଲା, ଭାଟ, ବୃତ୍ତିକର ଆଦି କ୍ଷେତ୍ରରେ ଚଳିତ ବର୍ଷ ଜୁଲାଇ ମାସରେ ୩୨୦୯.୬୬ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୭୧୬.୫୨ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୮.୧୫ ପ୍ରତିଶତ । ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୯.୬୦ ପ୍ରତିଶତ ।
୨୦୨୪ ମସିହା ଜୁଲାଇ ମାସରେ ୨୧.୦୨ ଲକ୍ଷ ସଂଖ୍ୟକ ଇ-େୱବିଲ୍ ନିର୍ଗମନ କରାଯାଇଥିବାବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ସଂଖ୍ୟା ଥିଲା ୨୦.୧୩ ଲକ୍ଷ । ଏ କ୍ଷେତ୍ରରେ ୪.୪୪ ପ୍ରତିଶତ ଅଭିବୃଦ୍ଧି ହେବା ସହ କାରବାରରେ ଦେଖା ଦେଇଥିବା ଗତିଶୀଳତାକୁ ଏହା ସୂଚିତ କରୁଛି । ନିଗର୍ମନ କରାଯାଇଥିବା ୨୧.୦୨ ଲକ୍ଷ ଇ-େୱବିଲ୍ ମଧ୍ୟରୁ୧୨.୧୦ ଲକ୍ଷ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହାର କରାଯାଇଥିବାବେଳେ ୮.୯୨ ଲକ୍ଷ ଇ-େୱବିଲ୍ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହାର କରାଯାଇଛି ।