ରାଉରକେଲା, ୨/୮/୨୦୨୪ (ଓଡ଼ିଶା ସମାଚାର)- ହିନ୍ଦୀ ଚଳଚ୍ଚିତ୍ରର ସୁନାମଧନ୍ୟ ଗାୟକ ସ୍ବର୍ଗତ ମହମ୍ମଦ ରଫି ଙ୍କ ୪୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ହମ୍ ନୈ।ସାଦ ତରଫରୁ ରାଉରକେଲା କ୍ଲବ୍ ଠାରେ ଶାମ୍ ଇ ରଫି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମଞ୍ଚ ସଂଯୋଜକ ସାଗର ଦାସ ଙ୍କ ସଂଯୋଜନା ଓ ମହମ୍ମଦ କାଶିମ୍ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ଡିଆଇସି ଅତନୁ ଭୈ।ମିକ ମୁଖ୍ୟ ଅତିଥି ଓ ଇଡି ଏସ୍ ଆର ସୂର୍ଯ୍ୟବଂଶୀ,ଇଡି ତରୁଣ ମିଶ୍ର, ଇଡି ଆଲୋକ ବର୍ମା,
ଇଡି ଏସ୍ କେ ବେହୁରିଆ, ହର୍ଷିଲା ସୂର୍ଯ୍ୟବଂଶୀ, ପ୍ରଭାତୀ ମିଶ୍ର, ନମ୍ରତା ବର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ସ୍ବର୍ଗତ ରଫି ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ହମ୍ ନୈ।ସାଦ ତରଫରୁ ଆତିସ ସରକାର, ମହମ୍ମଦ କାଶିମ, ଅର୍ଚ୍ଚନା ଶତପଥୀ, ଆକାଂକ୍ଷିତା ନାୟକ, ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଓ ବଲଜିତ୍ ସିଂ ପ୍ରମୁଖ ମହମ୍ମଦ ରଫି ଙ୍କ ଦ୍ବାରା ଗାୟନ କରିଥିବା ସୁମଧୁର ସଂଗୀତ କୁ ପରିବେଷଣ କରିଥିଲେ।
ଅନୁଷ୍ଠାନର ମୁଖ୍ୟ ଡ଼ଃ ସଞ୍ଚିତା ଚୈ।ଧୁରୀ ଙ୍କ ଅନୁପସ୍ଥିତିରେ ତାଙ୍କ ଦ୍ବାରା ପ୍ରସ୍ତୁତ ସଂଗୀତ ଓ ସ୍ବାଗତ ଭାଷଣ ଆଭାସୀ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ବିତିଶ ବରଣ ନାୟକ, ସୈାମ୍ୟ ପଟ୍ଟନାୟକ,ସିୱଶ ସା, ଅସୀନ ବାହାଲା, ମହମ୍ମଦ ଆୟାନ, ସୁସ୍ମିତା କୁଜୁର ପ୍ରମୁଖ ରଫି ଙ୍କର ଗୀତ ଗୁଡିକୁ ଗାୟନ କରିଥିଲେ। କାର୍ଯ୍ୟକ୍ରମରେ କାଂଶବାହାଲ ର କଳାକେନ୍ଦ୍ରର ଗୁରୁ ସାଗରିକା ମହାନ୍ତିଙ୍କ ନିର୍ଦେଶନାରେ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରଫି ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ମହମ୍ମଦ ରଫି ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ହମ୍ ନୈ।ସାଦ
