ବନ୍ଧୁଗାଁରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ଲକ୍ଷ୍ମୀପୁର ୦୩/୧୨/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକୁପେଟା କସ୍ତୁରିବା ଗାନ୍ଧି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଠାରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ୮ଘଟିକା ସମୟରେ ତୁରୁକୁପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୭୦ ଜଣ ଛାତ୍ରୀ କୁ ନେଇ ଦିବ୍ୟାଙ୍ଗତା ସଚେତନତା ଉପରେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଦନ ମୁଦୁଲି ପ୍ରଦ୍ଵୀପ ପ୍ରଜ୍ଵଳନ  କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଏଥିରେ ୧୦ ଟି ବିଭାଗରେ ଦିବ୍ୟାଙ୍ଗ  ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ କ୍ଲଷ୍ଟରରୁ ୫୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ,ଅଂଶ ଗ୍ରହଣ କରିଥିଲେ । ଏଥିରେ ୩୫ ଜଣ ଶିକ୍ଷକ ଶିକ୍ଷୟୀତ୍ରି ଏବଂ ୧୫ ଜଣ ଅଭିଭାବକ ଯୋଗଦାନ କରିଥିଲେ ।

ଏହି ପ୍ରତିଯୋଗିତାରେ ୩୦ ଜଣ ଛାତ୍ର ଛାତ୍ରୀ କୃତିତ୍ୱ ହୋଇଥିବା ବେଳେ ସେମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା। ବି.ଆର୍.ପି ସଂଗ୍ରାମ କେଶରୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *