ଭୁବନେଶ୍ୱର,୨୯/୭/୨୦୨୪ (ଓଡ଼ିଶା ସମାଚାର)- ଲାୟନ ରବି କୁମାର ପାତ୍ରଙ୍କ ସଭାପତିତ୍ୱରେ ୟୁସିସିଆଇଠାରେ ୨୦୨୪-୨୫ବର୍ଷର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ ଡିଷ୍ଟି୍ରକ୍ଟ ୩୨୨ସି୪ର ବହୁ ପୂର୍ବତନ ଗଭର୍ଣ୍ଣରମାନେ ଏବଂ ଅନ୍ୟ ଲାୟନ୍ସ କ୍ଲବର କର୍ମକର୍ତାମାନଙ୍କ ଉପସ୍ଥିତିରେ କ୍ଲବ ସମ୍ପାଦକ ଲାୟନ ସଂଯୁକ୍ତା ସୁବୁଦ୍ଧି ବିଭିନ୍ନ ସେବାମୂଳକ କାର୍ଯ୍ୟର ପାୱାର ପଏନ୍ଟ ଛବି ଉତୋଳନ କରିବା ସହିତ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ତଥା ଇନ୍ଷ୍ଟାଲେସନ ଅଫିସର ଲାୟନ ଜିଲା ‘୩୨୨-ଏ’ର ପୂର୍ବତନ ଗଭର୍ଣ୍ଣର ଲାୟନ ରଜନିସ କୁମାର ଲାୟନ୍ସବାଦର ମହତ ଉଦ୍ଧେଶ୍ୟରେ ତଥା ମାନବ ସେବା ଏବଂ ବିଭିନ୍ନ ପରିବେଶ ଉପଯୋଗୀମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । କ୍ଲବର ନୂତନ ବର୍ଷର ପ୍ରେସିଡେନ୍ଟ ଲାୟନ ପ୍ରମୋଦ କୁମାର ପାତ୍ର, ସେକ୍ରେଟାରୀ ଲାୟନ ସଂଯୁକ୍ତା ସୁବୁଦ୍ଧି, ଟ୍ରେଜରର ଲାୟନ ଦୀପକ ଚୌଧୁରୀ ଏବଂ ସମସ୍ତ କର୍ମକର୍ତାଙ୍କୁ କ୍ଲବର ବିିଭିନ୍ନ ଦାୟିତ୍ୱ ବିଷୟରେ ଅବଗତ କରାଇ ଶପଥପାଠ କରାଇଥିଲେ ।
ଲାୟନ୍ସ କ୍ଲବ ଭୁବନେଶ୍ୱର ‘ନୟାପଲ୍ଲୀ’, ସମସ୍ତ ସଭ୍ୟମାନଙ୍କର ଉପସ୍ଥିତିରେ ସମ୍ମାନିତ ଅତିଥି ତଥା ଇଣ୍ଡକ୍ସନ ଅଫିସର ପୂର୍ବତନ ଜିଲା ଗଭର୍ଣ୍ଣର ଲାୟନ ଡାକ୍ତର ଅଞ୍ଜଳି ଛୋଟରାୟ ନୂତନ ଲାୟନ ସଭ୍ୟମାନଙ୍କୁ ଆନୁଷ୍ଠାନିକ ଭାବରେ କ୍ଲବରେ ପ୍ରବେଶ କରାଇଥିଲେ । ଲାୟନ କୁନାଲ କିଶୋର ଦାସଙ୍କ ତତ୍ୱାବଧାନରେ ଏବଂ ଏମ୍ଓସି ଲାୟନ ମହେନ୍ଦ୍ର ପାତ୍ରଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପାଳିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଲାୟନ ପ୍ରଦୀପ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।