କଟକ ସଦର,୧୦/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ପ୍ରଣାଳୀରେ ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ ସୁନିଶ୍ଚିତ କରିବା ଲାଗି ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୩୪ ଟି ପଞ୍ଜିକୃତ ଅଣସ୍ଵିକୃତ ରାଜନୈତିକ ଦଳ (ଆରୟୁପିପି) ର ପଞ୍ଜିକରଣ କୁ ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ (ଇସି) ରଦ୍ଦ କରିଥିବା ଜଣାଯାଇଛି। ଵ୍ୟାନ୍ ହୋଇଥିବା ଦଳ ଗୁଡିକ ୨୦୧୯ ରୁ ୬ ବର୍ଷ ହେଲା ନିର୍ବାଚନ ଲଢିଵାର ଅନିଵାର୍ଯ୍ୟ ସର୍ତ୍ତକୁ ପୁରଣ କରିବାରେ ବିଫଳ ହୋଇଛନ୍ତି।
ଇସି ଙ୍କ ଏହି ପଦକ୍ଷେପ ପରେ ଦେଶରେ ପଞ୍ଜିକୃତ ଅଣସ୍ଵିକୃତିପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପି) ର ସଂଖ୍ୟା ୨୮୫୪ ରୁ ୨୫୨୦ କୁ ଖସିଆସିଛି। ଏହି ପରିପ୍ରେକ୍ଷୀରେ ଓଡିଶାର ୫ ଟି ଦଳ ଯଥା ବୀର ଓଡିଆ ପାର୍ଟି, ଓଡ଼ିଶା ସୋସିଆଲିଷ୍ଟ ପାର୍ଟି,ପିପୁଲ୍ସ ପାର୍ଟି ଅଫ୍ ଇଣ୍ଡିଆ,ସୋସିଆଲିଷ୍ଟ ୱ।ର୍କର୍ସ ପାର୍ଟି ଓଡିଶା, ଉତ୍କଳ ଭାରତ ଓଡ଼ିଶା କୁ ସେଥି ମଧ୍ୟରେ ଵ୍ୟାନ୍ କରାଯାଇଛି।
