ନିରାକାରପୁର,୨୯/୭/୨୦୨୪ (ଓଡ଼ିଶା ସମାଚାର)- ଶିକ୍ଷା ସପ୍ତାହର ସପ୍ତମ ତଥା ଅନ୍ତିମ ଦିବସ “ତିଥି ଭୋଜନ “କାର୍ଯ୍ୟକ୍ରମ ରାମଚନ୍ଦ୍ର ବିଦ୍ୟାନିକେତନ, ରମାବିଲିର ପ୍ରଧାନ ଶିକ୍ଷକ ବଳରାମ ପାଇକରାୟଙ୍କ ପୌରହିତ୍ୟରେ ବିଦ୍ୟାଳୟର ସଭାଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଛଣଗିରି ଗ୍ରାମପଂଚାୟତର ସରପଞ୍ଚ ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର ମୁଖ୍ୟ ଅତିଥି, ଛଣ ଗିରି କ୍ଲଷ୍ଟରର ସିଆରସିସି ପ୍ରଶାନ୍ତ ମହାପାତ୍ର ମୁଖ୍ୟବକ୍ତା, ରମାବିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁଲୁ ମାଝୀ ଅତିଥି ଭାବରେ ଯୋଗ ଦେଇ ତିଥି ଭୋଜନ କାର୍ଯ୍ୟକ୍ରମର ଅଭିମୁଖ୍ୟ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ନାରାୟଣ ପାତ୍ର, ମୁରଲୀ ହରିଚନ୍ଦନ, ନରେନ୍ଦ୍ର ପାଇକରାୟ, ସୁକାନ୍ତି ବିଶୋଇ ଉପସ୍ଥିତ ରହି ପୁରାତନ ଛାତ୍ରଛାତ୍ରୀ, ଆଲୁମିନି କମିଟି ସଭ୍ୟବୃନ୍ଦ, ବିଦ୍ୟାଳୟ ମାନେଜିଂଗ କମିଟି ସଭ୍ୟବୃନ୍ଦ,” ତିଥି ଭୋଜନ “କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରଥିଲେ।ସମସ୍ତ କର୍ମଚାରୀ ସମେତ ଅତିଥି ବୃନ୍ଦ ଓ ଛାତ୍ରଛାତ୍ରୀ ତିଥି ଭୋଜନରେ ଭୋଜନ କରି ପ୍ରଶଂଶା କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରୀଶ ସାମନ୍ତସିଂହାର ଉପସ୍ଥିତ ସମସ୍ତ ଅତିଥି ବୃନ୍ଦଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଆଲୁମିନି ସଭ୍ୟ, ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ଓ ଅକ୍ଲାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରଥିଲେ।