ଲଳିତପାଟପୁର କ୍ଲଷ୍ଟର୍ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉଦଯାପିତ

 ନିରାକାରପୁର,୨୯/୭/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ ଶିକ୍ଷାନୀତି ୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଶପଥ ସପ୍ତାହ ପାଳନ କାର୍ଯ୍ୟକ୍ରମ ଚାଲୁଥିଲା ବେଳେ ଆଜି  ପ୍ରତ୍ୟେକ ବିଦ୍ୟାଳୟ ରେ ଉଦ୍ ଯାପନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଟାଙ୍ଗି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଙ୍କ ନିର୍ଦେଶ କ୍ରମେ ଲଳିତପାଟପୁର କ୍ଲଷ୍ଟର୍ ପ୍ରତ୍ୟେକ ବିଦ୍ୟାଳୟ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳନ କରାଯାଇଛି ।ଏହା ସହିତ ତିଥି ଭୋଜନ ର ବ୍ୟବସ୍ଥା କରାଯାଇଛି। ସରକାର ଙ୍କ ନିର୍ଦେଶ ଅନୁଯାୟୀ ବିଦ୍ୟାଞ୍ଜଳି ପୋର୍ଟାଲ ରେ ସେଚ୍ଛାସେବୀ ମାନଙ୍କର ନାମ ପଞ୍ଜିକରଣ କରାଯାଇଅଛି। ଏହି ସମସ୍ତ କାର୍ଯ୍ୟକ୍ରମ କୁ ସି ଆର ସି ସି ପଞ୍ଚାନନ ଭୁଜବଳ ତଦାରଖ କରିଥିଲେ। ଏହି ଅବସରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଟା ଠାରେ ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂହ ଓ ସହକାରୀ ଶିକ୍ଷୟତ୍ରୀ ଉନିତା ହରିଚନ୍ଦନ ଶିକ୍ଷାର୍ଥୀ ମାନଙ୍କୁ ଆଜିର ଦିନରେ ବିଦ୍ୟାଳୟ ର ଉନ୍ନତି ପାଇଁ ସେଚ୍ଛାସେବୀ ବନ୍ଧୁ ମାନଙ୍କ ଆବଶ୍ୟକ ଉପରେ ବୁଝାଇ ଥିଲେ।

Leave a Reply

Your email address will not be published. Required fields are marked *