ଜାଭିୟର ଉତ୍ସବ ୨୦୨୬

ଶିକ୍ଷା ହେଉଛି ଏକ ସମୃଦ୍ଧ ଓ ସଶକ୍ତ ସମାଜର ମୂଳ ଆଧାର : ନଗରପାଳ ଶୁଭେନ୍ଦୁ ସାହୁ

ରାଷ୍ଟ୍ରବାଦୀ ହୁଅ : ଦିଲ୍ଲୀପ ଦାସ

“ଯେତେ ଭାଷା ….ମାତୃଭାଷାକୁ ଆଗରେ ରଖ”

ଭୁବନ ୦୨/୦୪/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ପ୍ରେଷ୍ଟିଜିୟସ ( ସମ୍ଭ୍ରାନ୍ତ) ଶିକ୍ଷାକେନ୍ଦ୍ର ଭାବେ ପରିଚିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ର ଦଶମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ଏଲୋରା ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶିକ୍ଷା ହେଉଛି ଏକ ସମୃଦ୍ଧ ଓ ସଶକ୍ତ ସମାଜର ମୂଳ ଆଧାର । ବଡ ହେବା ପାଇଁ ସ୍ବପ୍ନ ଦେଖ,ସ୍ୱପ୍ନ ବିଳାସୀ ହୁଅ,ଆଉ ସେହି ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର । କାରଣ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିଥିଲେ । ଜାଭିୟର୍ସ ସ୍କୁଲ ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ଦାସ ଙ୍କ ଦୃଢ଼ ପ୍ରୟାସ ଏହି ସଂସ୍ଥାକୁ ଏକ ଉତ୍କୃଷ୍ଟ ଶିକ୍ଷାକେନ୍ଦ୍ର ରେ ପରିଣତ କରିପାରିଛି ବୋଲି ମତ ଦେଇ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟବକ୍ତା ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ କହିଥିଲେ ଯେ,ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ୟତ ।ଡାକ୍ତର,ଇଂଜିନିୟର କି ପ୍ରଫେସର ଯାହାବି ହୁଅ କିନ୍ତୁ ରାଷ୍ଟ୍ରବାଦୀ ହୁଅ । ଦେଶପାଇଁ ସମର୍ପିତ ହେବାକୁ ଉତ୍ସାହ ବର୍ଦ୍ଧକ ଅଭିଭାଷଣ ପ୍ରଦାନ କରିଥିଲେ। ଜାଭିୟର୍ସ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଜାତୀୟ,ଅନ୍ତର୍ଜାତୀୟ ଅଲମ୍ପିଆଡ ରେ ସଫଳତା ହାସଲ କରି ବିଦ୍ୟାଳୟ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣୁଛନ୍ତି ,ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ତାଙ୍କ ଭବିଷ୍ୟତ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁମତି ପ୍ରଧାନ ଯୋଗଦେଇ କହିଥିଲେ ଯେ, ଆଜିକାଲି ସବୁ କ୍ଷେତ୍ରରେ ଇଂରାଜୀ ଆବଶ୍ୟକତା ରହୁଛି ।

ସେଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଇବାକୁ ଅଭିଭାବକ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଯେତେ ଭାଷା ଶିଖୁଛ ଶିଖ, କିନ୍ତୁ ନିଜ ମାତୃଭାଷାକୁ ଆଗରେ ରଖ । ମୁ ଓଡ଼ିଆ, ଆମ ମାତୃଭାଷା ଭାରି ବଢିଆ ବୋଲି ମତବ୍ୟକ୍ତ କରିଥିଲେ । ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ଦାସ ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରୀଙ୍କୁ ନାୟକ,ରଶ୍ମିତା ବାରିକ,ଗୀତାଞ୍ଜଳି ସାହୁ,ଜ୍ୟୋତିଷ ପ୍ରିୟଦର୍ଶିନୀ ସ୍ୱାଇଁ, ଆର୍ଯ୍ୟାସୂତା ପରିଡ଼ା,ମୋନାଲିସା ତ୍ରିପାଠୀ,ବୀଣାପାଣି ସାମଲ, ବର୍ଷାରାଣୀ ଦାସ,କାଜଲ ସେଠୀ, ପ୍ରଣତୀ ସାହୁ, ସ୍ମିତାରାଣୀ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *