ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ର ୨୫ ତମ ବାର୍ଷିକ କ୍ରୀଡ଼ା ଉଦଯାପିତ

ଲକ୍ଷ୍ମୀପୁର ୦୩/୧୨/୨୦୨୩ (ଓଡ଼ିଶାସମାଚାର/ପ୍ରମୋଦଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ଗତ ଦୁଇ ଦିନ ଧରି ଚାଲିଥିବା ୨୫ତମ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇ ଯାଇଛି। ଏହି ଉଦଯାପନୀ କ୍ରୀଡା ଉତ୍ସବରେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ମୂଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାରେ ଭାଗ ନେଇଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଥିଲେ। ଏଥିରେ ସଭାପତି ଭି ନାଗାରାଜୁ, ସମ୍ପାଦକ ଏକଲବ୍ୟ ଚୌଧୁରୀ, କୋଷାଧ୍ୟକ୍ଷ ଧନେଶ୍ଵର ରାଉତ ଓ ସଦସ୍ୟ ସନ୍ତୋଷ କୁମାର ମହାପାତ୍ର ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ୟ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ାକୁ ଗୋପୀନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରମା ଓ ଅଭିଭାବକ ସହଯୋଗ କରିଥିଲେ। ପ୍ରାଥମିକ ବର୍ଗ, ଶିଶୁ ବର୍ଗ ଓ ବାଲ୍ ବର୍ଗରେ ମୋଟ ୨୦୫ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ। ଶିଶୁ ମାନଙ୍କର ୫୦ମିଟର, ୧୦୦ମିଟର, ୨୦୦ମିଟର, ୪୦୦ମିଟର, ୬୦୦ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ,ଲୌହ ଗୋଳ ଫିଙ୍ଗା, ଥାଳିଆ ଫିଙ୍ଗା, କାଚ ଗୋଲି ଚାମଚ , ସଙ୍ଗୀତ ଚୌକି ଓ ବାଲ୍ଟିରେ ବଲ ଫିଙ୍ଗା ଖେଳ ବ୍ଲକ ପଡ଼ିଆ ଓ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଅଭିଭାବକ ଓ ଅଭିଭାବିକାଙ୍କର ଲୌହ ଗୋଳା ଫିଙ୍ଗା, ଗୁରୁଜୀ ମାନଙ୍କର ଲମ୍ବ ଡିଆଁ, ଗୁରୁମା ଓ ମାଉସୀ ମାନଙ୍କର ବାଲଟିରେ ବଲ ଫିଙ୍ଗା ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଖେଳରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ଖେଳାଳୀ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ବେଳେ ଶିଶୁ ବାଟିକାର ସମସ୍ତ ଖେଳାଳୀଙ୍କୁ ଶାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ଓ ବାଲ ବର୍ଗର ପ୍ରତ୍ୟେକ ଖେଳରେ ପ୍ରଥମ ହୋଇଥିବା ଖେଳାଳୀ ଚଳିତ ମାସରେ ଥିବା କୋରାପୁଟ ସଙ୍କୁଳ ସ୍ତରୀୟ କ୍ରୀଡ଼ାରେ ଭାଗ ନେବେ ବୋଲି ଶିଶୁ ମନ୍ଦିର ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *